ଡକାୟତି ଯୋଜନା ପଣ୍ଡ, ଦୁଇ ବାଳକ ସହ ୩ ଯୁବକ କୋର୍ଟ ଚାଲାଣ।
ବଡ଼ବଜାର ଥାନା ପୋଲିସ ରାତ୍ରୀ ପଇଁତରା ମାରୁଥିବା ବେଳେ ଦିଗପହଣ୍ଡି ରାସ୍ତା ଓମ୍ ନଗର ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପ ରେ କିଛି ଯୁବକ ମିଶି କଣ ସବୁ ଆଲୋଚନା କରୁଥିବା ଦେଖି ସନ୍ଦେହରେ ସେମାନଙ୍କୁ କାବୁ କରିଥିଲେ ଓ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଦୁଇଟି ବୋମା, ଦୁଇଟି ମୋଟରସାଇକେଲ ଓ କିଛି ଲୁହା ଛଡ଼ ଜବତ କରି ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା ବେଳେ ଜାଣିବାକୁ ପାଇଲେ ଯେ ସେମାନେ ଜାତୀୟ ରାଜପଥ ରେ ଡକାୟତି ପାଇଁ ଯୋଜନା କରୁଥିଲେ। ଏହି ଭଳି ପରିସ୍ଥିତିରେ ପୋଲିସ ୩ ଜଣ ଯୁବକ ରୁଦ୍ର ନାରାୟଣ ଗୌଡ଼, ଆକାଶ ଭୁୟାଁ ଓ ଲକ୍ଷ୍ମଣ ଘଡେଇ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ଓ ଅଟକ ଦୁଇ ବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଛନ୍ତି।
