ତେର ଦିନିଆ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସମାପନ ଉତ୍ସବ ପାଳିତ, ସର୍ବମୋଟ ୫୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ତେର ଦିନିଆ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସମାପନ ଉତ୍ସବ ପାଳିତ, ସର୍ବମୋଟ ୫୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ତେର ଦିନିଆ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସମାପନ ଉତ୍ସବ ପାଳିତ, ସର୍ବମୋଟ ୫୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୩-୦୫-୨୦୨୬ (ବୁଧବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ କିଛି ଅଂଶରେ ଦୂର କରିବା ପାଇଁ ପରମପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ୭୦ତମ ଜନ୍ମଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୂଳ୍ୟରେ ଆୟୋଜିତ ତେର ଦିନିଆ ରକ୍ତଦାନ ଶିବିର ର ଆଜି ଭବ୍ୟ ସମାପନ ହୋଇଯାଇଛି।ଶିବିର ର ଶେଷ ଦିନରେ ବରଗଡ଼ ସ୍ଥିତ ସ୍ୱୟଂ ସିଦ୍ଧା ଭବନ ଠାରେ ପ୍ରବଳ ବର୍ଷା ସତ୍ତ୍ୱେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ମହା ସତସଙ୍ଗ ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ବରେଣ୍ୟ ଅତିଥି ଭାବେ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ,ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାସିସ ଆଚାର୍ଯ୍ୟ,ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଆଜି ର ଶିବିରରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୭୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ରକ୍ତଦାତା ମାନଙ୍କ ଉତ୍ସାହ କମି ନଥିଲା।ଲମ୍ବା ଲାଇନରେ ଠିଆ ହୋଇ ସମସ୍ତେ ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ।ଏହି ତେର ଦିନିଆ ରକ୍ତଦାନ ଅଭିଯାନରୁ ବୁର୍ଲା ଓ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଦୀର୍ଘ ତେର ଦିନ ଧରି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆର୍ଟ ଅଫ ଲିଭିଙ୍ଗ ପରିବାରକୁ ନିଷ୍ଠା ପରିବାର ପକ୍ଷରୁ ଏକ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାରକୁ ମଧ୍ଯ ଆର୍ଟ ଅଫ ଲିଭିଙ୍ଗ ପରିବାର ପକ୍ଷରୁ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗର ସଦସ୍ୟ ସଦସ୍ୟା ମାନେ ଶିବିରକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା, ସହଯୋଗୀ, ଶୁଭେଚ୍ଛୁ  ସମସ୍ତ ଙ୍କୁ ନିଷ୍ଠା ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ ଓ କୃତଜ୍ଞତା।