ଟି.ପି. ସି.ଓ.ଡ଼ି.ଏଲ ଦ୍ୱାରା ସଡ଼କ ସୁରକ୍ଷା ସପ୍ତାହ ପାଳନ

ଟି.ପି. ସି.ଓ.ଡ଼ି.ଏଲ ଦ୍ୱାରା ସଡ଼କ ସୁରକ୍ଷା ସପ୍ତାହ ପାଳନ

ଟି.ପି. ସି.ଓ.ଡ଼ି.ଏଲ ଦ୍ୱାରା ସଡ଼କ ସୁରକ୍ଷା ସପ୍ତାହ ପାଳନ

ଦଶପଲ୍ଲା, 14/05/26 ଟି. ପି. ସି. ଓ. ଡ଼ି.ଏଲ ନୟାଗଡ଼ ସବଡ଼ିଭିଜନଙ୍କ ଆୟୋଜନ କ୍ରମେ ଦଶପଲ୍ଲା ସ୍ଥିତ ମେଳିଆ ତୋଟା ସମ୍ମୁଖ ଜାତୀୟ ରାଜପଥ ନଂ 57 ରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗାଡି ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ଏବଂ ହେଲମେଟ ପିନ୍ଧିଥିବା ବାଇକ ଚାଳକ ମାନଙ୍କୁ ଚକୋଲେଟ ପ୍ରଦାନ କରି ଉତ୍ସାହିତ କରା ଯାଇଥିଲା।ନୟାଗଡ଼ ଜିଲ୍ଲା ମୁଖ୍ୟ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଦଶପଲ୍ଲା ଏସ. ଡ଼ି.ଓ ତନ୍ମୟ କୁମାର ପୃଷ୍ଟି ସମେତ ଟି. ପି. ସି. ଓ. ଡ଼ି.ଏଲ. ର ସାମାଜିକ ଦାୟିତ୍ୱ ବୋଧ ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ କଳିଙ୍ଗ କେଶରୀ ଚାନ୍ଦ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀଯୁକ୍ତ ବିଶ୍ୱଭୂଷଣ ବିଶୋଇ, କାଁହ୍ନୁ ଚରଣ ଚମ୍ପତ୍ତି ଓ ସନୋଜ କୁମାର ଭୋଇ ଇତ୍ୟାଦି ଏ ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରି “ସଡ଼କ ସୁରକ୍ଷା – ଜୀବନ ରକ୍ଷା”ର ବାର୍ତ୍ତା ପ୍ରଦାନ କରିବା ସହିତ ହେଲମେଟ ପିନ୍ଧିବା ପାଇଁ ସମସ୍ତ ଗାଡି ଚାଳକ ମାନଙ୍କୁ ଅନୁରୋଧ କରିଥିଲେ।ଅଧିକାର ମିତ୍ର ପ୍ରକାଶ ମଣ୍ଡଳ, ମନୋରଞ୍ଜନ ସ୍ୱାଇଁ, ପ୍ରତିମା ପ୍ରଧାନ,ଉର୍ମିଳା ଯାନୀ ଓ ଶ୍ରୀନିବାସ ରଣା ଇତ୍ୟାଦି ଏ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ତା 11/05/26 ରୁ ତା 17/05/26 ରିଖ ପର୍ଯ୍ୟନ୍ତ ପାଳନ କରାଯାଥିବା ସଡ଼କ ସୁରକ୍ଷା ସପ୍ତାହକୁ ସଫଳ କରିବା ପାଇଁ ସମସ୍ତ ଗାଡି ଚାଳକ ମାନଙ୍କୁ ନିବେଦନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ