ପୂଜାରୀଗୁଡ଼ା ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ସର୍ବସ୍ୱ

ପୂଜାରୀଗୁଡ଼ା ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ସର୍ବସ୍ୱ

ପୂଜାରୀଗୁଡ଼ା ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ସର୍ବସ୍ୱ

ରାୟାଗଡ୧୧/୫/୨୬ ରାମନାଗୁଡ଼ା ବ୍ଲକ ଉକାମ୍ବା ପଞ୍ଚାୟତ ଅଧିନସ୍ଥ ପୂଜାରୀଗୁଡ଼ା ଗ୍ରାମରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟିଯାଇଛି। ସୋମବାର ଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଗ୍ରାମର ଚାଣ୍ଟି ଶବରଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ଏତେ ଭୟଙ୍କର ହୋଇଥିଲା ଯେ, ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଓ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ନିଆଁ ଏତେ ପ୍ରଖର ଥିଲା ଯେ ସ୍ଥାନୀୟ ଲୋକେ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ପରିବାରର ବହୁତ କିଛି କ୍ଷୟ କ୍ଷତି ହୋଇଥିବା ଜଣାପଡ଼ିଛି। ଏହି ଖବର ପ୍ରସାରିତ ହେବା ପରେ ରାଜସ୍ୱ ନିରୀକ୍ଷକ ମଦନ ମୋହନ ପଣ୍ଡା ଏବଂ ଉକୁମ୍ବା ସରପଞ୍ଚ ତୁରନ୍ତ ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଭେଟିବା ସହ କ୍ଷୟ କ୍ଷତି ର ଆକଳନ କରିଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ତୁରନ୍ତ କିଛି ସରକାରୀ ସହାୟତା ଯୋଗାଇ ଦିଆଯାଇଛି। ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ କରାଯାଇଛି ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ସରକାରୀ ସହାୟତା ପାଇଁ ଜିଲ୍ଲା କାର୍ଯ୍ୟାଳୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ