କଇଁଝର ଛକ ରୁ ଗୁଟିଙ୍ଗିଆ ରାସ୍ତା ନୁହେଁ ତ ମରଣଯନ୍ତା ❗

କଇଁଝର ଛକ ରୁ ଗୁଟିଙ୍ଗିଆ ରାସ୍ତା ନୁହେଁ ତ ମରଣଯନ୍ତା ❗

କଇଁଝର ଛକ ରୁ ଗୁଟିଙ୍ଗିଆ ରାସ୍ତା ନୁହେଁ ତ ମରଣଯନ୍ତା ❗

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଚାରି ଛକ ଠାରୁ ଗୁଟିଙ୍ଗିଆ ଯିବା ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣର ଦୀର୍ଘ ବର୍ଷ ପରେ ବି ମରାମତି ଶୂନl କଇଁଝର ଛକ ରୁ ଗୁଟିଙ୍ଗିଆ ରାସ୍ତା ନୁହେଁ ତ ମରଣଯନ୍ତା ପାଲଟିଛି l ଟିକାବାଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ସହିତ ଶଙ୍କରଖୋଲ ରାସ୍ତା ମଧ୍ୟ କଇଁଝର ଛକ ଠାରୁ ଗୁଟିଙ୍ଗିଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ। ସମସ୍ୟା ଗୁଡ଼ିକ: ୬ ବର୍ଷ ହେବ ରାସ୍ତାର କୌଣସି ମରାମତି ହୋଇନାହିଁ। ଏହି ରାସ୍ତା କୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ ସବୁ ପିଚୁ ଉଠି ଯାଇ କେବଳ ଧାରୁଆ ଚିପ୍ସ ଓ ମେଟାଲ୍‌ରେ ଖାଲ କମା ରେ ଭର୍ତ୍ତି ହୋଇଛି। ପ୍ରତିଦିନ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଆସିବା ବି କଷ୍ଟକର। ଏହି ରାସ୍ତା କୁ ପ୍ରତି ଦିନ ହଜାର ହଜାର ଜନସାଧାରଣ ବ୍ୟବହାର କରୁଛନ୍ତି ଏବଂ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯାତାୟାତ ରେ ବାଧା ସୃଷ୍ଟି ହେଉଛି l ଏହି ପ୍ରଶ୍ନ ଉଠୁଛି କ’ଣ ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଆଖିକୁ ଏହି ବିପର୍ଯ୍ୟସ୍ତ ରାସ୍ତା ଦେଖାଯାଉ ନାହିଁ? ଅଞ୍ଚଳବାସୀଙ୍କ ଜୀବନ ସହ ଏମିତି ଖେଳ କେଉଁ ପର୍ଯ୍ୟନ୍ତ ଚାଲିବ? ଏହି ରାସ୍ତା କୁ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଠାରୁ ବିଭିନ୍ନ ଅଫିସ ନେତା ମନ୍ତ୍ରୀ, ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପୂର୍ବତନ ସରପଞ୍ଚ ଶ୍ରୀ ଯସେଫ ମଲିକ, ସମାଜସେବୀ, ବୁଦ୍ଦିଜୀବୀ, ଯୁବପିଡ଼ି,ସ୍ଥାନୀୟ ସରପଞ୍ଚ,ଅଞ୍ଚଳବାସୀ ଙ୍କ ତରଫରୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସରକାର ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି l ବର୍ତମାନ ଅଞ୍ଚଳବାସୀ ଏହି ମରଣ ଯନ୍ତା ସାଜିଥିବା ରାସ୍ତାକୁ ତୁରନ୍ତ ମରାମତି କରାଯାଉ ନ ହେଲେ ଆଗାମୀ ଦିନ ରେ ସମସ୍ତ ଅଞ୍ଚଳ ର ବାପା ମା ଭାଇ ଓ ଭଉଣୀ ଯୁବପିଡ଼ି ରାଜ ରାସ୍ତା ହଲେଇ ଜନ ଆନ୍ଦୋଳନ ର ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।