ଗଞ୍ଜାମ ଜିଲ୍ଲା ସିବିଏସଇ ପରୀକ୍ଷା ବ୍ଲକ ଟପ୍ପର ଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା।

ଗଞ୍ଜାମ ଜିଲ୍ଲା ସିବିଏସଇ ପରୀକ୍ଷା ବ୍ଲକ ଟପ୍ପର ଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା।

ଗଞ୍ଜାମ ଜିଲ୍ଲା ସିବିଏସଇ ପରୀକ୍ଷା ବ୍ଲକ ଟପ୍ପର ଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା।

ପୋଲସରା ୧୦/୫/୨୬ ପୋଲସରା ଅଞ୍ଚଳର ଏକମାତ୍ର ମେଧା ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବାକୁ ପ୍ରୟାସ ଜାରି ରଖିଥିବା ଅଗ୍ରଣୀ ସଂସ୍ଥା ସ୍ୱାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସେଣ୍ଟ୍ରାଲ ବୋର୍ଡ୍ ଅଫ ସେକେଣ୍ଡେରୀ ଏଜୁକେସନ (ସିବିଏସଇ) ୨୦୨୬ ବାର୍ଷିକ ପରୀକ୍ଷାରେ ସମଗ୍ର ପୋଲସରା ବ୍ଲକରେ ମୋଟ ୫୦୦ ମାର୍କରୁ ୪୯୦ ଶତକଡା ୯୮% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ବ୍ଲକ୍ ହାତୀଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ନନ୍ଦିନୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଦିଆଯାଇଛି।ଟ୍ରଷ୍ଟର ମୁଖ୍ୟ ତଥା ଯୁବ ଆଇନଜୀବୀ ନାରାୟଣ ସାହୁଙ୍କ ନେତୃତ୍ୱରେ କଳମ୍ବ ଗ୍ରାମ ପଞ୍ଚାୟତ ସ୍ଥିତ କଳମ୍ବପାଟଣା ସ୍ଥିତ ଛାତ୍ରୀଙ୍କ ବାସଗୃହକୁ ଟିମ୍ ଯାଇ ତାଙ୍କ ପିତା ନିଳାମ୍ବର ପ୍ରଧାନ ଓ ମାତା ସସ୍ମିତା କୁମାରୀ ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତ ପରିବାର ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଡାଇରୀ, କଲମ ସହିତ ଯୁବ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯିବାସହ ମିଷ୍ଟାନ୍ନ ଖୁଆଇ ତାଙ୍କର ଆଗାମୀ ଭବିଷ୍ୟତ ଉତ୍ତରୋତ୍ତର ଶୁଭ କାମନା କରାଯାଇଥିଲା।ଏହି ସମୟରେ ଟ୍ରଷ୍ଟର ସଦସ୍ୟ ଭାବେ ଅଧ୍ୟାପକ ମନୋଜ କୁମାର ସାହୁ ଓ ଅଧ୍ୟାପକ ଦେବାଶିଷ ସ୍ବାଇଁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ଯୁବ ସମାଜସେବୀ ନିରଂଜନ ସାହୁ ଓ ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟର ଏଭଳି ଉତ୍ସାହିତ ପ୍ରେରଣାଦାୟୀ କାର୍ଯ୍ୟକୁ ନେଇ ସମଗ୍ର କଳମ୍ବ ପଞ୍ଚାୟତ ବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ