ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଦଶମ  ଦିନରେ #୩୩ୟୁନିଟ ରକ୍ତ ସଂଗୃହୀତ…

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଦଶମ  ଦିନରେ #୩୩ୟୁନିଟ ରକ୍ତ ସଂଗୃହୀତ...

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଦଶମ  ଦିନରେ #୩୩ୟୁନିଟ ରକ୍ତ ସଂଗୃହୀତ…

ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୧୦-୦୫-୨୦୨୬ରିଖ (ରବି ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଦଶମ ଦିନରେ ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ମନ୍ଦିରଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରେଣ୍ୟ ଅତିଥି ଭାବରେ ଆର୍ଟ ଅଫ ଲିଭିଙ୍ଗ ର ଶିକ୍ଷକ ବିଜୟ ବର୍ମା ଓ ବିବେକ ଅଗ୍ରୱାଲ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମାରୱାଡି ମହିଳା ସମିତି ଭଟଲି ଶାଖା ର ସଭାପତି ମଞ୍ଜୁ ଶର୍ମା, ସମ୍ପାଦିକା ନିକିତା ଅଗ୍ରୱାଲ, ରଞ୍ଜନା ଅଗ୍ରୱାଲ, ସରିତା ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ୟସପାଲ ଅଗ୍ରୱାଲ, ପରମେଶ୍ୱର ସିଂହ ଓ ଆପେକ୍ସ ସଦସ୍ୟ ତଥା ନିଷ୍ଠା ପରିବାର ର ଉପ ସଭାପତି କ୍ଷୀରୋଦ୍ର ସାହୁ ଙ୍କ ସମେତ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା.