*ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ୫ ଜଣଙ୍କୁ ଅଟକ ରଖିଲା ପାରଳା ପୋଲିସ ।
ଗଜପତି,୨୦.୮(ମନୋଜ ପାଢ଼ୀ) :-ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଅଶାନ୍ତି ସୃଷ୍ଟି ରୋକିବା ପାଇଁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ, ଗଜପତି ପୋଲିସ ତଥା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି— କାଳା ବାସୁ (୩୪), ନବ କୋଟଲା ପ୍ରସାଦ ରାଓ (୩୪), ମେଶାଲା ଦଳୟା (୨୫), ଦୁର୍ଗାସୀ ସତ୍ୟମ (୫୨) ଏବଂ ପୋଟିଗାଣ୍ଟି ବେଣୁଗୋପାଳ (୪୯)ଙ୍କୁ ଅଟକ ରଖି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥି ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଗକୁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।
