ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ।

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ।

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ।

ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ ଅଧ୍ୟାପକ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଜଣେ ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ନେଇ କିଛି ପର୍ଯ୍ୟଟକ ଦେଖିଥିଲେ । ତତକ୍ଷଣାତ ସେମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଖବର ପାଇବାର କିଛି ସମୟ ପରେ ଆମ୍ବୁଲାନ୍ସ ଆସି ମୃତଦେହକୁ ଦେଖି ଫେରିଯାଇଥିଲେ । ପରେ ସେମାନେ ପୋଲିସକୁ ଫୋନ କରିଥିଲେ । ତେବେ ଘଟଣାସ୍ଥଳରେ ରା – ଉଦୟଗିରି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତ୍ୟୁର କାରଣ ଉପରେ ଅଧିକ ତଦନ୍ତ କରୁଛି ।ସୂଚନା ପ୍ରକାରେ ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ଏବଂ ଜଗତସିଂପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମର । ସେ ବ୍ରହ୍ମପୁରର ଏକ ଘରୋଈ କଲେଜର ଜଣେ ଅଧ୍ୟାପକ ବୋଲି ଜଣାପଡିଛି, ପୋଲିସ ତାଙ୍କ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ଖବର ଦେଇଛନ୍ତି । ପରିବାର ପକ୍ଷରୁ କେହି ଆସିଲେ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡିକୁ ପଠାଯିବ ବୋଲି ରା -ଉଦୟଗିରି ଥାନା ସବଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା କହିଛନ୍ତି ।