ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସ ପକ୍ଷରୁ ଜୁଭେଣ୍ଟିକା କାଯ୍ୟକ୍ରମ ବୁଗୁଡ଼ା ରାଜ୍ୟବ୍ୟାପୀ ଚାଇଲ୍ଡ ଫ୍ରେଣ୍ଡଲି ଥାନା ଗଠନ ନିମନ୍ତେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କିଶୋରୀ ବାଳିକାଙ୍କୁ ନେଇ ଜୁଭେନ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷିରେ ଥାନା ପରିସରରେ ପୋଲିସ ପକ୍ଷରୁ ଜୁଭେନ୍ଟିକା କାର୍ଯ୍ୟକ୍ରମ ଜରିଆରେ କିଶୋରୀ ଅବସ୍ଥାରେ ହେଉଥିବା ବିଭିନ୍ନ ଅପରାଧରୁ ବର୍ତିବା ସହ ସାଇବର ଠକାମୀରୁ ନିବୃତ ରହିବା ଲାଗି ସଚେତନତା ସୃଷ୍ଟି କରାଯାଇଛି। ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ଓ ଆଖପାଖ ଅଞ୍ଚଳର ୨୫ ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ଓ ଅଙ୍ଗନବାଡ଼ୀ କର୍ମୀ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ଏଲଇଡି ଜରିଆରେ ପୋଲିସ ମହାନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସ୍ଥାନୀୟ ପୋଲିସ ବିଭିନ୍ନ ଭିଡିଓ,ଆଞ୍ଚଳିକ କାହାଣୀ ମାଧ୍ୟମରେ ମହିଳାଙ୍କ ସୁରକ୍ଷା, ସାଇବର ଅପରାଧ ସମ୍ବନ୍ଧୀୟ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରାଯାଇଛି। ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ବବିତା କୁମାରୀ ପଣ୍ଡାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସ ପକ୍ଷରୁ ଜୁଭେଣ୍ଟିକା କାଯ୍ୟକ୍ରମ
