ରାମନାଗୁଡା ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ.

ରାମନାଗୁଡା ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ.

ରାମନାଗୁଡା ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ.

ରାୟଗଡ( info media) ରାୟଗଡ ଜ଼ିଲ୍ଲା ରାମନାଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକର ୨୫ ଜଣ ଭୂମିହୀନ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରିଛନ୍ତି।ଦୀର୍ଘ ଦିନ ଧରି ଭୂମିହୀନ ଭାବେ ରହିଆସୁଥିବା ଗରିବ ପରିବାରଗୁଡ଼ିକ ଆଜି ପଟ୍ଟା ପାଇବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ପଟ୍ଟା ବଣ୍ଟନ ଦ୍ୱାରା ସେମାନେ ନିଜର ବାସଗୃହ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।ପଟ୍ଟା ବଣ୍ଟନ କରିବା ଅବସରରେ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, “ରାଜ୍ୟ ସରକାର ପ୍ରତ୍ୟେକ ଗରିବ ଓ ନିଷ୍ପେସିତ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ଭୂମିହୀନଙ୍କୁ ଜମିର ଅଧିକାର ଦେବା ଆମର ପ୍ରାଥମିକତା।” ଏହି ଅବସରରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ମୂଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ,ଉପଜିଲ୍ଲାପାଳ ଅଭିଷେକ ଦୁଧାଲ୍ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଙ୍କ ସହ ରାଜସ୍ୱ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ ସମ୍ପାଦନ କରିଥିବାରୁ ମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଜନସାଧାରଣ ଓ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ପଟ୍ଟା ପାଇଥିବା ହିତାଧିକାରୀମାନେ ସରକାରଙ୍କ ଏହି ଜନହିତକର ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।ରାୟଗଡ଼ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ