ଗଞ୍ଜାମ ଜିଲ୍ଲା ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ l.

ଗଞ୍ଜାମ ଜିଲ୍ଲା ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ l.

ଗଞ୍ଜାମ ଜିଲ୍ଲା ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ l.

ଆସିକା:(7/5/2026) ଧରାକୋଟ ବ୍ଲକର ଢଉଗାଁ ରେ ସାତଦିନ ଧରି ତ୍ରୟମ୍ବକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଭୁବନେଶ୍ୱର ମହାଦେବ ମନ୍ଦିର ର ପୁନଃ ନିର୍ମାଣ ସହ ସଂସ୍କାର କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ରବିବାର ଦିନ ଜଳଯାତ୍ରା ପରେ ଦୀକ୍ଷାଗ୍ରହଣ, ଶାଲା ସଂସ୍କାର,କର୍ମ ଆରମ୍ଭ,ଯଜ୍ଞ ପ୍ରାରମ୍ଭ,ଅର୍ଣ୍ଣ ଯଜ୍ଞ ପରେ ପ୍ରତିଦିନ ରୀତି ନୀତି ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ କର୍ତ୍ତା ଭାବରେ ସଞ୍ଜୟ ପାତ୍ର ,ଭାରତୀ ପାତ୍ର,ପ୍ରଦୀପ ସାହୁ,ଶୁଭଶ୍ରୀ ସାହୁ, ମଙ୍ଗୁଳୁ ନାହାକ, ଟୁନି ନାହାକ, କରୁଣାକର ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିଲେ। ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏହି ଧାର୍ମିକ କାର୍ଯ୍ୟରେ ଯୋଗଦେଇଥିଲେ ।ଆସନ୍ତା ଶୁକ୍ରବାର ଦିନ ଏହି ଧାର୍ମିକ କାର୍ଯ୍ୟର ପୂର୍ଣ୍ଣାହୂତି ହେବ । ଗଣେଶ ପାଣିଗ୍ରାହୀ ରିପୋର୍ଟ