ଗଞ୍ଜାମ ଜିଲ୍ଲା ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ।
ଆସିକା:( ୬/୫/୨୬) ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ, ଆସାମରେ ଲଗାତାର ତୃତୀୟ ଥର ପାଇଁ ଏବଂ ପୁଡୁଚେରୀରେ ଦ୍ଵିତୀୟ ଥର ପାଇଁ ବିଜେପି-ଏନଡିଏ ମେଣ୍ଟ ସରକାର ଗଠନ ଏହି ବିଶାଳ ବିଶ୍ଵାସର ପରିଣାମ । ଏହି ଐତିହାସିକ ବିଜୟ ପାଇଁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କର ବାସ ଭବନ ତଥା ବିଜେପି କାର୍ଯ୍ୟାଳୟ ଠାରେ ବିଜୟ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପିର ଯୁବ,ଛାତ୍ର, ମହିଳା,ମଣ୍ଡଳ ସଭାପତି, କର୍ମକର୍ତା ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଧରି ବାମପନ୍ଥୀ ଏବଂ ତୃଣମୂଳ କଂଗ୍ରେସର କୁଶାସନ କାଳ ରାଜ୍ୟର ବିକାଶକୁ ନିମ୍ନ ଗାମୀ କରିଥିଲା। ଆଜି ପଶ୍ଚିମ ବଙ୍ଗରେ ବିକାଶର ନୂତନ ବାଟ ଫିଟିଛି । ଭୟଯୁକ୍ତ ଶାସନର କଳା ଅନ୍ଧକାର ଦୂର ହୋଇ ଭୟ ମୁକ୍ତ ଶାସନ ସହ ଉନ୍ନତିର ନୂତନ ଆଲୋକ ପ୍ରତିଫଳ ଫଳନ ହେବାକୁ ଯାଉଛି । ସୁଶାସନ ଏବଂ ଜାତୀୟତ ଜାତୀୟତାବାଦ ଉପରେ ସେମାନଙ୍କର ଅମୂଲ୍ୟ ଆଶୀର୍ବାଦ ପ୍ରଦାନ କରିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ
