ଗଞ୍ଜାମ ଜିଲ୍ଲା #ଦୁଇ_ଆଇପିଏଲ_ବୁକି_ଗିରଫ
ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଦୁଇ ଆଇପିଏଲ ବୁକି ଗିରଫ ହୋଇଛନ୍ତି lଗିରଫ ଦୁଇ ଅଭିଯୁକ୍ତ ହେଲେ ଟାଉନ୍ ଥାନା ଅନ୍ତର୍ଗତ ବୈକୁଣ୍ଠ ନଗର ର ରୋହିତ୍ ମହାନ୍ତି ଓ ଅନ୍ୟ ଜଣେ ହେଲେ ବଡ ବଜାର ଥାନା ଅନ୍ତର୍ଗ ତ ଦେଶୀ ବେହେରା ସାହିର ବାବୁ ଗୌଡ଼ ବୋଲି ଜଣାପଡିଛି l ପୋଲି ସ ଦୁଇ ବୁକିଙ୍କ ପାଖରୁ ଆଇଫୋନ,ସାମସୋଙ୍ଗ,ଭିଭୋ ଭଳି ନାମୀ ଦାମୀ କମ୍ପାନିର ମୋବାଇଲ୍ ଫୋନ୍ ୭ଟି,ନଗଦ ୩୭ ହଜାର ଟଙ୍କା, ୯ଟି ବ୍ୟାଙ୍କ୍ ଆକାଉଣ୍ଟର ଥିବା ୧୭.୩ ଲକ୍ଷ ଟଙ୍କାକୁ ଫ୍ରିଜ୍ କରାଯାଇଛି lଗାନ୍ଧିନଗର ସାଇ କମ୍ପ୍ଲେକ୍ସରେ ଥିବା ଶୁଭମ୍ ମୋବାଇଲ୍ ଷ୍ଟୋରରେ “ସ୍କାଏଏକ୍ସଚେଞ୍ଜ ରାକେଟରେ” ଆଇପିଏଲ ସଟ୍ଟା ବଜାର ଚାଲିଥିବା ବେଳେ ଅଭିଯୁକ୍ତ ଙ୍କୁ ପୋଲିସ କାବୁ କରିଛି ବୋଲି ବ୍ରହ୍ମପୁର ପୋଲିସ ଜିଲ୍ଲା ଏ.ଏସ.ପି ଆଲୋକ ଜେନା ସୂଚନା ଦେଇଛନ୍ତି l ଗଣେଶ ପାଣିଗ୍ରାହୀ ରିପୋର୍ଟ

