ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା”ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମାନନୀୟ ଶ୍ରୀଯୁକ୍ତ କର୍ଣ୍ଣ ସୁନା(ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭେଡେନ)ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ଗୁରୁଜୀ ଗୁରୁମା ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶିବ ପ୍ରସାଦ ବାଗ(ପଶ୍ଚିମ ସଂଭାଗ କୋଷାଧ୍ୟକ୍ଷ) “ଭାରତ କେନ୍ଦ୍ରିକ ଶିକ୍ଷଣ ଅଧିଗମ ପ୍ରକ୍ରିୟା” ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସଂକୁଳ ପ୍ରମୁଖ ଡ.ବିବେକାନନ୍ଦ ପଣ୍ଡା କାର୍ଯ୍ୟଶାଳାର ବୃତ୍ତ କଥନ କରିଥିବା ବେଳେ ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଶତପଥୀ ଆଶୀର୍ବଚନ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ କର୍ଣ୍ଣ ସୁନାଙ୍କୁ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶିବ ପ୍ରସାଦ ବାଗଙ୍କୁ ଡ. ବିବେକାନନ୍ଦ ପଣ୍ଡା, ସାମ୍ବାଦିକ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ, ଶ୍ରୀଯୁକ୍ତ କୀର୍ତ୍ତନ ବିଶ୍ବାଳ ଓ ଶ୍ରୀଯୁକ୍ତ ସୁରେନ୍ଦ୍ର କଠାରଙ୍କୁ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଶତପଥୀ, ଶ୍ରୀମତୀ ପ୍ରାଚୀ କର ଓ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଉପଢୌକନ ଦ୍ବାରା ସମ୍ମାନିତ କରିଥିଲେ।ଶ୍ରୀଯୁକ୍ତ ମକୁନ୍ଦ ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଗୁରୁମା ମାନେ ସମାରୋପ ସଂଗୀତ ପରିବେଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ୧୧୬ ଜଣ ଗୁରୁମା, ଗୁରୁଜୀ ଓ ପ୍ରଧାନ ଆଚାର୍ଯ୍ୟ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା,ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା,ମାତୃଭାରତୀର
ଶ୍ରୀମତୀ ଝରଣା ଦାଶ,ଶ୍ରୀମତୀ ଚନ୍ଦ୍ରମା ମିଶ୍ର,ଶ୍ରୀମତୀ ରୋଜି ମେହେର, ଶ୍ରୀମତୀ ବୁଲିକା ପାଣିଗ୍ରାହୀ, ଶ୍ରୀମତୀ ରିଙ୍କି ମେହେର, ଶ୍ରୀମତୀ ଅନୁ ମେହେର,ସେବକ, ସେବିକା ସାହାଯ୍ୟ ଓ ସହଯୋଗ କରିଥିଲେ।ପରିଶେଷରେ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ପ୍ରାଚୀ କର ଧନ୍ୟବାଦ ଅର୍ପଣ କରିଥିଲେ।
ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
