ଚିଚିଣ୍ଡା ଧାନ କ୍ରୟ କେନ୍ଦ୍ର ଠାରେ ଖରିଫ ଋତୁର ଧାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ- ୬,୫ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଧାନ କ୍ରୟ କେନ୍ଦ୍ର ଠାରେ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଚିଚିଣ୍ଡା ମାର୍କେଟ ଇନ୍ଚାଜ ହମିଦ ମେଲ୍ଲି ପରିଚାଳନା କରିଥିଲେ ।ଏଥିରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ପପଙ୍ଗା ମାର୍କେଟ ଇନ୍ଚାଜ ମନବୋଧ ପ୍ରଧାନ ଓ ଏଗ୍ରିକଲଚର ଅଫିସର ପଂକଜିନୀ ପଣ୍ଡା ଯୋଗଦେଇ ଚଳିତ ରବି ଋତୁରେ ଚାଷୀ ଧାନ କ୍ରୟ ବିକ୍ରୟ ହେବ, ସେ ବିଷୟରେ ଅଧିକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ଚାଷୀ ଅରୁଣ କୁମାର ପ୍ରଧାନ, ରାଜ କିଶୋର ମେହେର, ଆନନ୍ଦ କୁମାର ରାଉତ ଓ ଅନେକ ଛୋଟ, ବଡ ଚାଷୀ ଯୋଗ ଦେଇଥିଲେ। ଧାନ କ୍ରୟ ବିକ୍ରୟ ଉପରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ଓ ଚିଚିଣ୍ଡା ମାର୍କେଟ କର୍ମଚାରୀମାନେ ପରିଚାଳନା ରେ ସହଯୋଗ କରିଥିଲେ।
