ଧରାକୋଟ ବ୍ଲକ ଏ ୟୁ ପି ଟି ଏଫ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ଉତ୍ସବ ନିକଟସ୍ଥ ବଲ୍ମିକେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର, ଜିଲ୍ଳା ସଂଯୋଜକ ଦେବବ୍ରତ ପଟନାୟକ,ହିଞ୍ଜିଳି କାଟୁ ବ୍ଲକ ସଭାପତି ଉଲ୍ଲାସ ବେହେରା,ଆସିକା ବ୍ଲକ ସମ୍ପାଦକ ଅର୍ଜୁନ ନାହାକ, ଏକ୍ସ କ୍ୟାଡ଼ର ରାଜ୍ୟ ଉପ ସଭାପତି ବୁଲୁ ବେହେରା,ସୋରଡା ଏକ୍ସ କ୍ୟାଡ଼ର ସଭାପତି ପଞ୍ଚାନନ ଗୌଡ଼ ଯୋଗ ଦେଇଥିଲେ । ଧରାକୋଟ ବ୍ଲକର ନବ ନିର୍ବାଚିତ ସଭାପତି ଅରୁଣ ପଟ୍ଟନାୟକ,ଉପ ସଭାପତି ଭାସ୍କର ବାଡତ୍ୟା, ସ୍ୱପ୍ନା ରାଣୀ ବେହେରା,ସମ୍ପାଦକ ପ୍ରଶାନ୍ତ ପାଣିଗ୍ରାହୀ,ସହ ସମ୍ପାଦକ ବସନ୍ତ ବିଷୋୟୀ,ଦମୟନ୍ତୀ ଦାସ,ବାଇନଥ ସାହୁ,ଜିଲ୍ଲା ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଅମୂଲ୍ୟ ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ପାଣିଗ୍ରାହୀ,କୋଷାଧ୍ୟକ୍ଷ କାଳୁ ଚରଣ ଗୌଡ ବ୍ଲକ ସଂଯୋଜକ ରବୀନ୍ଦ୍ର ନାଥ ପଲାଇ ପ୍ରମୁଖ ଶିକ୍ଷା,ଶିକ୍ଷକତା ଓ ସଙ୍ଗଠନ ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିବା,ସଂଘ ନିୟମ ପରିସରରେ ନିଜକୁ ପରିଚାଳିତ କରି ଶିକ୍ଷକ ସମାଜର ସେବାରେ ନିଜକୁ ନିସ୍ୱାର୍ଥପର ଭାବେ ଉତ୍ସର୍ଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଉପଦେଷ୍ଟା ଶୁକ୍ରୁ ବେହେରା କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଧରାକୋଟ ବ୍ଲକ ଏ ୟୁ ପି ଟି ଏଫ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ଉତ୍ସବ
