ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ୍ ଅଭିଯୋଗରେ ଯୁବତୀ ଗିରଫ

ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ୍ ଅଭିଯୋଗରେ ଯୁବତୀ ଗିରଫ

*ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ୍ ଅଭିଯୋଗରେ ଯୁବତୀ ଗିରଫ*

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ ରିପୋର୍ଟ):- ଗଜପତି ଜିଲ୍ଲାରେ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଇନ୍‌ଷ୍ଟାଗ୍ରାମରେ ପ୍ରସାର କରିବା ଏବଂ ଧମକ ଦେବା ଅଭିଯୋଗରେ ୧୯ ବର୍ଷୀୟା ନନ୍ଦିତା ମହାକୁଡ଼ଙ୍କୁ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଗିରଫ କରିଛି।ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ନିଜକୁ ‘ଆଦିତ୍ୟ’ ନାମକ ଜଣେ ପୁରୁଷ ଭାବେ ପରିଚୟ ଦେଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ୧୮ ବର୍ଷୀୟା ପୀଡ଼ିତାଙ୍କ ବିଶ୍ୱାସ ଜିତିବା ପରେ ତାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ପରେ ଉକ୍ତ ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ପ୍ରସାର କରିବା ସହ ପୀଡ଼ିତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ରହିଛି।ଅକ୍ଟୋବର ୧୦ ତାରିଖରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା

ତଦନ୍ତ ସମୟରେ ମୋବାଇଲ୍ ଫୋନ୍ ଓ ସ୍କ୍ରିନ୍‌ସଟ୍ ଜବତ କରିବା ସହ ସମ୍ପୃକ୍ତ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକର ତଥ୍ୟ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଥିଲା।ଅଭିଯୁକ୍ତ ନନ୍ଦିତା ମହାକୁଡ଼ଙ୍କୁ ଅକ୍ଟୋବର ୨୩ ତାରିଖ ଦିନ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ସହ ଆଇଟି ଆଇନର ଧାରା ୬୭ ଓ ୬୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।