କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା।
ରାୟଗଡ( info media) ଅଦ୍ୟ ତା 29/4/2026 ରିଖ ନାକିଟି କ୍ଲଷ୍ଟର ର ରଫୁକଣା ଉଚ୍ଚପ୍ରଥମିକ ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି କ୍ଲଷ୍ଟର ର ବଡ଼ମାଣଧାରା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ମଳୟ କୁମାର ଦାସ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଏହି ବୈଠକ ରେ ରାୟଗଡା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଛବିଲାଲ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ.। କୁଟୁଳି ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପରିଛା ଓ ବଡଚେକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ପ୍ରସାଦ ବ୍ୟବର୍ତା ସଂମ୍ନାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ.। ସି ଆର ସି ସି ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ଶିକ୍ଷକ ଶ୍ରୀ ରାଜେଶ ବିଡ଼ିକା ମଞ୍ଚ ପରିଚାଳନା କରିଥିଲେ l ସମସ୍ତ ଅତିଥି ଶ୍ରୀ ଦାସ ଙ୍କ ଅନୁଭୂତି ଓ କାର୍ଯ୍ୟ ଶୈଳୀ ଓ ଦକ୍ଷତା କୁ ଭୂୟୀୟସୀ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମ ଶେଷ ରେ ଶ୍ରୀ ଦାସ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ l ପୁଞ୍ଜପାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀ କୃଷ୍ଣ ପଟନାୟକ, ରଫୁକଣl ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାଲା ଓ ପ୍ରଧାନ ଶିକ୍ଷକ ଶ୍ରୀ ଉମାଶଙ୍କର ପଣ୍ଡା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ lରାୟଗଡ ଇଉ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
