ଜିଲ୍ଲାରେ କଞ୍ଚା ପଣସର ଉଚିତ ମୂଲ୍ୟ ମିଳୁନି ,ଉତ୍ପାଦନ ସ୍ଥଳରେ ଅନାଦର; ପଡ଼ୋଶୀରେ ଆଦର ।

ଜିଲ୍ଲାରେ କଞ୍ଚା ପଣସର ଉଚିତ ମୂଲ୍ୟ ମିଳୁନି ,ଉତ୍ପାଦନ ସ୍ଥଳରେ ଅନାଦର; ପଡ଼ୋଶୀରେ ଆଦର ।

ଜିଲ୍ଲାରେ କଞ୍ଚା ପଣସର ଉଚିତ ମୂଲ୍ୟ ମିଳୁନି ,ଉତ୍ପାଦନ ସ୍ଥଳରେ ଅନାଦର; ପଡ଼ୋଶୀରେ ଆଦର ।ଗଜପତି,୨୨.୪(ମନୋଜ ପାଢ଼ୀ);- ଭାରତରେ ପଣସ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ଗହିଛି ୧୫ଟି ଜିଲ୍ଲାରେ ପଣସ ଚାଷ ହେଉଥିବା ବେଳେ ଗଜପତିରେ ଏହାର ସିଂହ ଭାଗ ଉତ୍ପାଦନ ହେଉଛି! ଅଞ୍ଚଳର ଜଳବାୟୁ ଓ ମାଟିର ଆର୍ଦ୍ରତା ପଣସ ଉତ୍ପାଦନ କ୍ଷେତ୍ରରେ ଅନୁକୂଳ ହୋଇଥିବାରୁ ଗଜପତି ଜିଲ୍ଲାର ଗୁମ୍ଫା, ରାୟଗଡ଼, ନୂଆଗଡ଼, ରା.ଉଦୟଗିରି ବ୍ଲକରେ ଉଭୟ ଜଙ୍ଗଲ ଓ ଘରୋଇ ଜମିରେ ପ୍ରଚୁର ପରିମାଣରେ ପଣସ ଅମଳ ହୁଏ । ହେଲେ, ଉଚିତ ବଜାର ମୂଲ୍ୟ ମିଳୁ ନଥିବାରୁ ଏଠାକାର ପଣମ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବିଶେଷକରି ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶରୁ ଦଲାଲମାନେ ଆସି ବହୁ କମ୍ ଦରରେ କଞ୍ଚା ପଣସ କିଣି ନେଇ ମାଲାମାଲ ହେଉଛନ୍ତି। ଅଥଚ ଏଠିକାର ଚାଷୀଙ୍କ ଉନ୍ନତି ହୋଇପାରୁନାହିଁ। କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିବାରୁ ବିଶେଷ ଲାଭ ହେଉନି ବୋଲି ଚାଷୀ ଓ ସଂଗ୍ରହକାରୀ କହିଛନ୍ତି। ବର୍ତ୍ତମାନ, ପଣମକୁ ପ୍ରକ୍ରିୟାକରଣ କରି ଭିନ୍ନଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରାଯାଉଛି। ଚାହିଦା ବୃଦ୍ଧି ସହଦର ମଧ୍ୟ ବୃଦ୍ଧି ପାଉଛି! କିନ୍ତୁ, ଓଡ଼ିଶାରେ କିମ୍ବା ଗଜପତି ଜିଲ୍ଲାରେ ଉତ୍ପାଦିତ ପଣସର ଉପଯୁକ୍ତ ବଜାର ନଥିବା ତଥା ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନିଗୁଡ଼ିକର କୌଣସି ଶାଖା ନଥିବାରୁ ଚାଷୀମାନେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଣୁ, ଏଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକ‌ତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ପୋଷକତତ୍ତ୍ବରେ ଭରା କଞ୍ଚା କଷି ପଣସର ସ୍ବାଦ ନିଆରା। ଗଜପତି ଜିଲ୍ଲାର ଘରେ ଘରେ କଞ୍ଚା ପଣାମରୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ।