ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପାଦଦେଶରେ ଏକ ଐତିହାସିକ ସମର୍ପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପାଦଦେଶରେ ଏକ ଐତିହାସିକ ସମର୍ପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପାଦଦେଶରେ ଏକ ଐତିହାସିକ ସମର୍ପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଗଜପତି,୨୨।୪ (ମନୋଜ ପାଢ଼ୀ)-: ଆଧ୍ୟାତ୍ମିକତାର ପବିତ୍ର ଭୂମି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପାଦଦେଶରେ ଏକ ଐତିହାସିକ ସମର୍ପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ସହ ଜଗତ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବାକୁ ଶତାଧିକ ଶ୍ରଦ୍ଧାଳୁ ଶପଥ ଗ୍ରହଣ କରିଛନ୍ତି। ବିଶେଷ କରି ସାଧକ ପୂଜ୍ୟ ଦଣ୍ଡିସ୍ୱାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା)ଙ୍କ ମହତ ଉଦ୍ଦେଶ୍ୟ ଏହି ସମାରୋହକୁ ଏକ ନୂତନ ଦିଗ ଦର୍ଶାଇଛି।ମହେନ୍ଦ୍ରଗିରି ଶିଖରରେ ଅବସ୍ଥିତ ଭଗବାନ ପର୍ଶୁରାମଙ୍କ ତପୋଭୂମିରେ ସାଧନାରେ ମଗ୍ନ ପୂଜ୍ୟ ଦଣ୍ଡିସ୍ୱାମୀ ଭାସ୍କର ତୀର୍ଥ ନିଜ ଶରୀରକୁ ମରଣୋତ୍ତର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଗତ ୨୬ ମାର୍ଚ୍ଚ ୨୦୨୬ ରେ ସେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜରେ ଜଗତ କଲ୍ୟାଣ ପାଇଁ ନିଜ ଶରୀର ଦାନ କରିଥିବା ନେଇ ଭକ୍ତମାନଙ୍କୁ ଅବଗତ କରିଥିଲେ। ସେବା ଓ ତ୍ୟାଗର ଏହି ଚରମ ଉଦାହରଣ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରିଛି। ବାବାଙ୍କର ଏହି ମହତ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ସେଠାରେ ଉପସ୍ଥିତ ଥିବା ଶତାଧିକ ଭକ୍ତ ଭଗବାନ ପର୍ଶୁରାମଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଥିଲେ। ଭକ୍ତମାନେ ଏକ ସ୍ୱରରେ କହିଥିଲେ “ଆମେ ବି ଆମ ଶରୀରକୁ ଜଗତ କଲ୍ୟାଣ ପାଇଁ ଦାନ କରିବୁ। ମଣିଷର ମୃତ୍ୟୁ ପରେ ମଧ୍ୟ ତା’ର ଅଙ୍ଗ ପ୍ରତ୍ୟଙ୍ଗ କିପରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିବ କିମ୍ବା ଚିକିତ୍ସା ବିଜ୍ଞାନର ଗବେଷଣାରେ କାର୍ଯ୍ୟ କରିବ, ସେ ନେଇ ଏକ ବଳିଷ୍ଠ ସଂକଳ୍ପ ନିଆଯାଇଛି।ଏହି ସମର୍ପଣ ମହୋତ୍ସବ ମାଧ୍ୟମରେ କେବଳ ଭକ୍ତି ନୁହେଁ, ବରଂ ସମାଜ ପ୍ରତି ଥିବା ଦାୟିତ୍ୱବୋଧକୁ ପ୍ରମାଣିତ କରାଯାଇଛି। ଉପସ୍ଥିତ ଭକ୍ତ ମଣ୍ଡଳୀ ଏହି ସେବା କାର୍ଯ୍ୟକୁ ଆଗକୁ ବଢ଼ାଇବା ସହ ଅନ୍ୟମାନଙ୍କୁ ପ୍ରେରିତ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ମହେନ୍ଦ୍ରଗିରିର ଏହି ପବିତ୍ର ପରିବେଶରେ ଗ୍ରହଣ କରାଯାଇଥିବା ଏହି ନିଆରା ସଂକଳ୍ପ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।