ଅଗ୍ନି ସେବା ସପ୍ତାହ ରେ ଗୁମ୍ମା ଅଗ୍ନି ଶ୍ରମ ବାହିନୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଅଗ୍ନି ସେବା ସପ୍ତାହ ରେ ଗୁମ୍ମା ଅଗ୍ନି ଶ୍ରମ ବାହିନୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଅଗ୍ନି ସେବା ସପ୍ତାହ ରେ ଗୁମ୍ମା ଅଗ୍ନି ଶ୍ରମ ବାହିନୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗଜପତି,.(ମନୋଜ ପାଢ଼ୀ)-: ପାହାଡ ପର୍ବତ ଘେରା ଦୁର୍ଗମ ଗୁମ୍ମା ବ୍ଲକ ଅଞ୍ଚଳ ରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଦୁର୍ଘଟଣା ହେଉ କିମ୍ବା ଘର ପୋଡ଼ି ଲୋକଙ୍କ ପାଖରେ ପହଞ୍ଚି ତୁରଂତ ସେବା ଯୋଗାଇଥାନ୍ତି ଗୁମ୍ମା ଦମକଳ କେନ୍ଦ୍ର ର ଅଗ୍ନିଶ୍ରମ ବାହିନୀ। ଚଳିତ ମାସ ଚଉଦ ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଜାରି ରହିଛି ଅଗ୍ନି ସେବା ସପ୍ତାହ। ଗୁମ୍ମା ବ୍ଲକର ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଇଝାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଭିନ୍ନ ଅପହଞ୍ଚ ଗାଁରେ ପହଞ୍ଚି ଚଳିତ ଗ୍ରୀଷ୍ମ ଋତୁରେ କିପରି ଅଗ୍ନିକାଣ୍ଡ ଘଟିପାରେ, ଏହାର ନିରାକରଣ ଓ ପ୍ରତିକାର ପାଇଁ କି କି ପଦକ୍ଷେପ ନେବା ଉଚିତ୍, ସେ ସଂପର୍କରେ ଅଞ୍ଚଳବାସୀ ତଥା ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଗୁମ୍ମା ଦମକଳ ବାହିନୀ ଦାୟିତ୍ୱରେ ଥିବା ଅଧିକାରୀ ଆର୍ ଦୁର୍ଯ୍ୟ ରେଡ୍ଡୀ ଙ୍କ ସହ ଛା ଜଣ ଫାୟାର୍ ମ୍ୟାନ୍ ଏହି ସଚେତନ କାର୍ଯ୍ୟକ୍ରମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।