ଜବର ଦଖଲ କବଜାରେ ପାରଳା କୋକିଳ ମନ୍ଦିର ସମ୍ପତି।
ଗଜପତି,19/4(ମନୋଜ ପାଢ଼ୀ): ଜବର ଦଖଲରେ ପାରଳାଖେମୁଣ୍ଡି କୋକିଳା ମଠ ରହିଥିବା ଅଭିଯୋଗ ହୋଇଛି. ମଠ ମନ୍ଦିର ଭରା ପୁରାତନ ସହର ପାରଳାଖେମୁଣ୍ଡି।କେଉଁ ରାଜା ରାଜୁଡା ଅମଳରୁ ପାରଳାଖେମୁଣ୍ଡି ସହରର ଗଳି କନ୍ଦିରେ ଅନେକ ପୁରୁଣା ମଠ ମନ୍ଦିର ରହିଛି।ଏହି ମଠ ମନ୍ଦିର ର ପରିଚାଳନା ପାଇଁ ପୂର୍ବରୁ ରାଜ ପରିବାର ପକ୍ଷରୁ ଶହ ଶହ ଏକର ଜମି ବିଭିନ୍ନ ଦେବା ଦେବୀଙ୍କ ନାମରେ ମଠ ମନ୍ଦିର ଗୁଡିକୁ ପ୍ରଦାନ କରାଯାଇଥିଲା।କିନ୍ତୁ କିଛି ଦଲାଲ ଓ ଜବରଦଖଲକାରୀଙ୍କ ହାତରେ ଏବେ ସେହି ଜମି ଓ ଜାଗା। ଅନେକ ମଠ ମନ୍ଦିର ବର୍ତ୍ତମାନ ଅଚଳା ଅବସ୍ଥା ସୃଷ୍ଟି ହେଲାଣି। ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଧେଶ ସତ୍ତ୍ୱେ ଵୃକ୍ଷେପ କରୁନାହାନ୍ତି ଜବଦଖଲକାରୀ ମାନେ।ଏବେ ପରିସ୍ଥିତି ଏଭଳି ଯେ ପାରଳାଖେମୁଣ୍ଡି ଠାରେ ଥିବା ମଠ ମନ୍ଦିର ଗୁଡିକରେ ଦିଅ ମାନଙ୍କ ନିତିଦିନିଆ କାର୍ଯ୍ୟକ୍ରମ ଓ ପରିଚାଳନା କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏମିତି ଏକ ଘଟଣା ସାମ୍ମନାକୁ ଆସିଲା ପାରଳାଖେମୁଣ୍ଡି ସହରର ଚିତ୍ରକାର ସାହିରେ ଥିବା ସାନ ରାଧାକାନ୍ତ(କୋକିଳା) ମଠର ପରିସ୍ଥିତି। ଏହି ମନ୍ଦିରର ଭଗବାନଙ୍କ ପୀଠ ଛାଡି ଚତୁର୍ପାର୍ଶ୍ୱରେ ଥିବା ମୋଟ ୫୩୯୦ ସ୍କ୍ୱେର ଫିଟ୍ ଜାଗା ଜବରଦଖଲ କାରୀ ମାନେ ମାଡି ବସିଥିବା ସୂଚନା ମିଳିଛି। ପ୍ଲଟ ନମ୍ବର ୫୧୫ ଠାରୁ ୫୧୯,୫୦୩ ଠାରୁ ୫୦୯,୫୧୧,୫୦୯,୫୦୦,୫୧୩ ଏବଂ ୪୯୬ ଠାରୁ ୪୯୯।ପୂର୍ବରୁ କିଛି ଲୋକ ସେଠାରେ ଗାଈ ଗୁହାଳ କରିବା ବାହାନାରେ ମନ୍ଦିର ଚତୁର୍ପର୍ଶ୍ୱରେ ଜାଗା ଗୁଡିକୁ ରଖିଥିଲେ।କିନ୍ତୁ କାଳକ୍ରମେ ସେଠାରେ ଦୋକାନ ଗୃହ ମାନ ନିର୍ମାଣ କରି ନିଜ ବ୍ୟବସାୟ ବିସ୍ତାର କରିଥିଲେ।ମନ୍ଦିର ଚତୁର୍ପର୍ଶ୍ୱରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୋକାନ ବଡ ବଡ ଅଟାଳିକା ତିଆରି କରି ନିଜେ ଭଡା ଆକାରରେ ଦେଇ ନିଜେ ମାଲାମାଲ ହେଉଛନ୍ତି ଅନ୍ୟପଟେ ମନ୍ଦିର ମୁଖ୍ୟ ଦ୍ୱାରା ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିବା ସହ ପରିଚାଳନା ପାଇଁ କାଣୀଚାଏ ମଧ୍ୟ ଦେଉନଥିବା ଅଭିଯୋଗ ଆସିଛି।ଯାହା ଫଳରେ ପ୍ରତି ଦିନର ମନ୍ଦିର ନୀତିକାନ୍ତି ଚଳାଇବା କଷ୍ଟ ହେଲାଣି ବୋଲି କହିଛନ୍ତି ମନ୍ଦିର କମିଟି ସଦସ୍ୟ ଲବ ସାହୁ, ମନ୍ଦିର ପରିଚାଳକ ହରିଶ୍ଚନ୍ଦ୍ର ପରିଛା ପ୍ରମୁଖ।ଏହି ସମସ୍ୟାକୁ ନେଇ ବିଶ୍ବହିନ୍ଦୁ ପରିଷଦ ଆପତି କରିବା ସହ ପ୍ରଶାସନ ଏହି ଦିଗରେ ହସ୍ତକ୍ଷେପ କରି ମନ୍ଦିର ଗୁଡିରର ସୁରକ୍ଷା ଦେବା ପାଇଁ ଦାବି କରିବା ସହ ଜିଲ୍ଲା ପ୍ରଶାସନର ଦ୍ୱାରାସ୍ତ ହୋଇଥିବା ବିଶ୍ୱହିନ୍ଦୁ ପରିଷଦ ପରିଚାଳନା ସଭାପତି ଲୋକନାଥ ମିଶ୍ର କହିଛନ୍ତି।ଘଟଣାକୁ ନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ କହିବା ହେଲା ମଠ ମନ୍ଦିର କିମ୍ବା ଦେବୋତ୍ତର ବିଭାଗ ତରଫରୁ ଯେତେବେଳେ ଭି କିଛି ଅଭିଯୋଗ ଆସେ ତେବେ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତେବେ ଏହି ମନ୍ଦିରର ଘଟଣା ସାମ୍ନାକୁ ଆସିବା ପରେ ଏ ନେଇ ତଦନ୍ତ ଜାରି କରାଯାଇଛି,ଅଭିଯୋଗ ଆସିବା ପରେ ସେ ନିଜେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଙ୍କ ଉପସ୍ଥିତିରେ ଜାଗା ମାପ ଚୁପ କରି ଯେଉଁମାନେ ଜବରଦଖଲ କରି ସେଠାରେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଠକ କରାଯାଇଛି କିନ୍ତୁ ବୈଠକରେ 19 ଜଣ ଜବରଦଖଲକାରୀଙ୍କ ମଧ୍ୟରୁ 10 ଜଣ ଉପସ୍ଥିତ ଥିଲେ, ସେଥିପାଇଁ ସମସ୍ତେ ଆଲୋଚନା କରି ଦୁଇ ତିନି ଦିନ ମଧ୍ୟରେ ଜଣାଇବୁ ବୋଲି କହିଥିଲେ କିନ୍ତୁ ପ୍ରାୟ ୧୫ ଦିନରୁ ଉର୍ଦ୍ଧ୍ବ ସମୟ ହେଲା ସେମାନେ କୌଣସି ବିଷୟ ଜଣାଇ ନାହାନ୍ତି।ତେଣୁ ସରକାରୀ ନିୟମ ଅନୁଯାୟୀ ସେଠାରେ ଯେଉଁ ଭଡା ଧାର୍ଯ୍ୟ କରାଯାଇଛି ତାହା ନିର୍ଦ୍ଧାରିତ କରି ଭଡା ଆଦାୟ କରାଯିବ ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି କହିଛନ୍ତି ଉପଜିଲ୍ଲାପାଳ।ଦେବୋତ୍ତର ବିଭାଗ ମନ୍ଦିର ଗୁଡିକର ପରିଚାଳନା ନିମନ୍ତେ ବିଭିନ୍ନ ଦେବଦେବୀଙ୍କ ନାମରେ ଥିବା ଜମିଜମାକୁ ଲିଜ ସୂତ୍ରରେ ପ୍ରଦାନ କରି ବାର୍ଷିକ କିମ୍ବା ମାସିକ ଦେୟ ମନ୍ଦିରକୁ ପୈଠ କରିବା ଇତ୍ୟାଦି କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ କିମ୍ବା ଜିଲ୍ଲା ପ୍ରଶାସନର ଦାଇତ୍ୱ ରହିଛି। କିନ୍ତୁ ଗଜପତି ଜିଲ୍ଲାରେ ଜିଲ୍ଲା ଗଠନ ହେବା ପରଠାରୁ ଏହି ଦାଇତ୍ୱ ନା ଜିଲ୍ଲା ପ୍ରଶାସନ ନା ଦେବୋତ୍ତର ବିଭାଗ କେହି ହସ୍ତକ୍ଷେପ କରୁନଥିଲେ ଯାହା ଫଳରେ ଦଲାଲ ମାନେ ସକ୍ରିୟ ହୋଇ କିଛି ଭ୍ରଷ୍ଟ ଅଧିକାରୀଙ୍କୁ ହାତଗୁଞ୍ଜ ଦେଇ ନିଜ କଳା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।ଯାହାଫଳରେ ମନ୍ଦିର ଗୁଡିକର ସୁରକ୍ଷା ଓ ପରିଚାଳନା ଠିକ ଭାବେ ହୋଇପାରୁନାହିଁ ।
