ଜଗନ୍ନାଥ ଜ଼ିଲ୍ଲା ବିଜେଡି ସଭାପତି ଦାୟିତ୍ୱ ନେବା ପରେ ପ୍ରଥମ ରାୟଗଡ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରାୟଗଡ ( ): ବିଜୁ ଜନତା ଦଳ(ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାର ରାୟଗଡ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ 326 ନମ୍ବର ଜାତୀୟ ରାଜପଥ କଡ଼ ଭାକୁରଗୁଡା ସ୍ଥିତ ସ୍ଥାନୀୟ ପ୍ରସାଦ ରିସୋର୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି lଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡ ବ୍ଳକ ସଭାପତି ପ୍ରତାପ ପେଦେଂଟି , ସୁଧୀର କୁମାର ଦାସ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପି.ଗୈାରୀ ଶଙ୍କର ରାଓ,ଜିଲ୍ଳା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ପୂର୍ବତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବରିଷ୍ଠ ନେତା ଅଶ୍ୱିନ ଗମାଙ୍ଗ,ବ୍ରଜସୁନ୍ଦର ନାୟକ,ବିଜୁ ଛାତ୍ର ଜନତା ଦଳ ଜିଲ୍ଳା ସଭାପତି ଉଦୟ ହିମିରିକା ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ,ଦୀପ,ଧୂପ ଅର୍ପଣ ପୂର୍ବକ ଶ୍ରଦ୍ଧାଂଜଳି ଞାପନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ରାୟଗଡ ଜିଲ୍ଳାରେ ବିଜେଡି ଦଳ ପ୍ରତି ଆଜି ମଧ୍ୟ ଲୋକଙ୍କ ବହୁ ଭଲ ପାଇବା ଓ ସମର୍ଥନ ରହିଛି ବୋଲି ସାରକା କହିଥିଲେ ପୁଣି ସେ ଲୋକେ ଚାହୁଁଛନ୍ତି ବିଜେଡି ପୁଣି ଶାସନ କ୍ଷମତାକୁ ଫେରୁ ଓ ସେମାନଙ୍କ ମୈାଳିକ ଅଧିକାର ଓ ଓଡିଶାର ବିକାଶକୁ ଆଗେଇ ନେଉ ବୋଲି ଜିଲ୍ଳା ସଭାପତି ଶ୍ରୀ ସାରକା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି ଥରେ ପୂର୍ବପରି ଜିଲ୍ଳାର ସମସ୍ତ ବିଜେଡି କର୍ମୀ, ପଦାଧିକାରୀ, ନେତୃମଣ୍ଡଳୀ ଓ ସମର୍ଥନକାରୀମାନେ ଏକତ୍ରିତ ହୋଇ ଦଳକୁ ଆହୁରି ସୁସଗଂଠିତ କରିବା,ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ନିଜ ବକ୍ତବ୍ୟ ରେ କହିଥିଲେ ଜେ ତତ୍କାଳୀନ ବିଜେଡି ସରକାର ସମସ୍ତ ବର୍ଗଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରଣୟନ କରି ହିତାଧିକାରୀମାନଙ୍କୁ ଲାଭାନ୍ୱିତ କରିଥିବା ବେଳେ ବର୍ତମାନର ବିଜେପି ସରକାରର ଦୁଇ ବର୍ଷ ଶାସନରେ ନାରୀ ନିର୍ଯ୍ୟାତନା,ଦରଦାମ ବୃଦ୍ଧି,ଘୋଷଣା ହୋଇଥିବା ଭତା ହିତାଧିକାରୀଙ୍କୁ ନ ମିଳିବା,ଜିଲ୍ଳାର ବଂଶଧାରା ନେରେଡି ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ସମର୍ଥନ ଦେବା ଓ ଜିଲ୍ଳାରେ ବିକାଶ ଏକ ପ୍ରକାର ଠପ୍ ହୋଇପଡିବା,ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା,ଆଦିବାସୀଙ୍କ ଉପରେ ଜୁଲୁମ ଭଳି ଘଟଣା ଯୋଗୁଁ ଲୋକେ ଅତିଷ୍ଠ ହେଲେଣି ବୋଲି । ସେହିପରି ବିଜୁ ଲିଗାସୀ ନାମରେ ଜିଲ୍ଳାରେ ଅନେକ ନେତାମାନେ ଦଳକୁ ନ ପଚାରି କେଉଁ ସ୍ଥାନରୁ ଯାଇ କେଉଁ ସ୍ଥାନରେ ପଂହଚିଛନ୍ତି ଏବଂ ଲୋକେ ତାଙ୍କୁ କିଭଳି ସମ୍ମାନ ଦେଉଛନ୍ତି ତାହା ଏବେ ଜିଲ୍ଳାରେ କାହାକୁ ଅଛପା ନାହିଁ । ଯେହେତୁ ଆଜି ମଧ୍ୟ ଲୋକେ ବିଜେଡି ପ୍ରତି ଭଲ ପାଇବା ରଖିଛନ୍ତି ସେହି ଆଶାକୁ ପୁଣି ଉଦଜୀବିତ କରି ରଖିବା ପାଇଁ ଆମେ ସମସ୍ତେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କର ସମସ୍ୟାର ସମାଧାନ ଓ ମୈାଳିକ ଦାବିଗୁଡିକ ପୂରଣ କ୍ଷେତ୍ରରେ ପ୍ରଶାସନ ଓ ସରକାରଙ୍କ ଠାରେ ଉପସ୍ଥାପନା କରିବା ଏବଂ ସେମାନଙ୍କ ଦୁଃଖସୁଖରେ ଠିଆ ହୋଇ ଆମର ଦାୟିତ୍ୱ ଓ କର୍ତବ୍ୟକୁ ପାଳନ କଲେ ନିଶ୍ଚିତ ଭାବେ ଜିଲ୍ଳାରେ ସଂଗଠନ ଆହୁିର ମଜବୁତ ହେବ ବୋଲି ଶ୍ରୀ ରାଓ କହିଛନ୍ତି । ସେହିପରି ମଂଚାସୀନ ପଦାଧିକାରୀମାନେ ଜିଲ୍ଳାରେ ବିଜେଡି ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ଆଗାମୀ ୩ ମାସରେ ଗୁଣପୁର ଓ ପରେ ବିଷମକଟକ ନିର୍ବାଚନ ମଣ୍ଡଳୀରେ ଏଭଳି ବୈଠକ ଆୟୋଜିତ କରିବା ପାଇଁ ଜିଲ୍ଳା ସଭାପତିଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଜିଲ୍ଳା କମିଟିର ପଦାଧିକାରୀ ଗଗନ ଆଚାର୍ଯ୍ୟ, ଗଦାବରୀ ରାଉତ, ଧବେଳଶ୍ୱର ନାଇଡୁ, ଶଙ୍କର ହୁଇକା, ଚନ୍ଦ୍ର ଶେଖର ନାଇଡ଼ୁ ବୁଡୁ ଭାଈ,ସତ୍ୟନାରାୟଣ ପାଢୀ, ଇଶ୍ୱର ପଣ୍ଡା, ଏମ.ଧର୍ମେନ୍ଦ୍ର, ଗଣେଷ ସାଉଁତା, ସୁବାଷ ଗୈାଡ, ଏମ.ପ୍ରସାଦ ରାଓ, ଉର୍ଜଲା ମାଝ, ଧନୁ ମାଝି, ଦେବୀ ପ୍ରସାଦ ପଟ୍ଟନାୟକ, ଏସ.ନାଇଡୁ, ଦୁଖୁ ଗୈାଡ, ଜି.ଶ୍ରୀନିବାସ ରାଓ, ରାମଚନ୍ଦ୍ର ପାଢୀ, ଅଶୋକ ପଣ୍ଡା, ସୁମନ ଖୋସଲା ଓ ଅନ୍ୟ କାର୍ଯ୍ୟକର୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ଭିଡିଓ ବାର୍ତା ମାଧ୍ୟମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଳା କମିଟି କାର୍ଯ୍ୟକର୍ତା ଓ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଓଡିଶାର ବିକାଶକୁ ଆମେ ସର୍ବଦା ଚେଷ୍ଠା କରି ଆସୁଅଛୁ ଏବଂ ଲୋକଙ୍କ ସହ ଯୋଗାଯୋଗ କରି ରହିବା । ବିଜେପି ସରକାର ଏବେ ଓଡିଶାବାସୀଙ୍କ ପାଇଁ ଏକ ବଡବୋଝ ପାଲଟି ଗଲାଣି । ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ,ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପାଇଁ ,ଚାଷୀର ହକ ଓ ଯୁବ ସମାଜର ଭବିଷ୍ୟତ ପାଇଁ ଆମକୁ ଲଢିବାକୁ ହେବ ଏବଂ ମିଥ୍ୟା ପ୍ରଚାର ବିରୁଦ୍ଧରେ ମଧ୍ୟ ଆମକୁ ଲଢିବାକୁ ହେବ ଏବଂ ଓଡିଶାବାସୀଙ୍କ ଭରସାକୁ ସମ୍ମାନ ଦେଇ ଏହି ଲଢେଇକୁ ଆହୁରି ଜୋରଦାର କରିବା ବୋଲି ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତି ଅମ୍ବିକା ବିଡିକା,କୁମାରୀ ପାଲକା,ରାଜ୍ୟ ବିଜେଡି ଯୁବ ସାଧାରଣ ସଂପାଦକ ବିନାୟକ ପଲେଇ,ପି.ମଣି ରତ୍ନମ,ବଡ଼ ଖିଲାପୋଦର ସରପଞ୍ଚ ମାଧାରାଓ କଣ୍ଡାଗରୀ,ସନ୍ତୋଷ ( ଟିଟ )ରଥ,କୋଲନରା ବ୍ଳକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା କୁଲେଶିକା,ଇପିଲି ନାଗଲକ୍ଷ୍ମୀଙ୍କ ସମେତ ଜିଲ୍ଳାର ୧୧ଗୋଟି ବ୍ଳକର ବ୍ଳକ ସଭାପତି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ଜଗନ୍ନାଥ ଜ଼ିଲ୍ଲା ବିଜେଡି ସଭାପତି ଦାୟିତ୍ୱ ନେବା ପରେ ପ୍ରଥମ ରାୟଗଡ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ
