ଚନ୍ଦ୍ରପୁର ଏସ ଏସ ଡି ସ୍କୁଲ ଶିକ୍ଷକ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତରାୟଗଡ
ଚନ୍ଦ୍ରପୁର ବ୍ଲକ୍ ର ଜାତି ଜନଜାତି ବିଭାଗର ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ତତତ୍ଵାବଧାନରେ ଏକ ବଣ ଭୋଜିର ଫଳ ଫଳିଆ ନଦୀ ନିକଟରେ ଚନ୍ଦ୍ରପୁର ବ୍ଲକ୍ ର ସାତ ଗୋଟି ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ ଶିକ୍ଷକ ଯୋଗ ଦେଇଥିଲେ ଅନୁରାଧା ଲିଙ୍ଗମ୍ ଉର୍ମିଳା ପିପଳି ରାଜୁ ପାଲ୍ ସନ୍ତୋଷ କୁଶଲିୟା ଶିକ୍ଷକ ଉପ ସଭାପତି ଶ୍ରୀ ପ୍ରଦୀପ ଚୌଧୁରୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଏ ଭଳି ୫୦ ରୁ ଉର୍ଦ୍ଧ ଶିକ୍ଷକ ଉପସ୍ଥିତ ଥିଲେ । ଚନ୍ଦ୍ରପୁର ବ୍ଲକ୍ ର ସମସ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଯୋଗ ଦାନ କରି ଥିଲେ । ସମସ୍ତ ବିଦ୍ୟାଳୟର ଭଲ ମନ୍ଦ ଵିଷୟ ଆଲୋଚନା ହୋଇଥିଲା। ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କହିଥିଲେ ବିଦ୍ୟାଳୟ ଏକ ମନ୍ଦିର ବିଦ୍ୟାଳୟକୁ ମନ୍ଦିର ଭଳି ଦାୟିତ୍ଵ ବାନ ହେବା ଆବଶ୍ୟକ। ଶିକ୍ଷକ ସଂଘ ଉପ ସଭାପତି ଶ୍ରୀ ଚୌଧୁରୀ ସମସ୍ତ ବିଦ୍ୟାଳୟର ସୁବିଧା ଅସୁବିଧା ସମସ୍ତ ଶିକ୍ଷକ ଏକାଠି ରହିବା ଆବଶ୍ୟକ। ଏଭଳି ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଛି କିଛି ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ରାଜୁ ପାଲ୍ ସନ୍ତୋଷ କୁସଲିୟା ପ୍ରଦୀପ ଚୌଧୁରୀ ଦାୟିତ୍ୱ ନେଇ ଥିଲେ। ଶେଷରେ ଶିକ୍ଷକ ମାନେ କିଛି କିଛି ଜଗନ୍ନାଥ ଭଜନ ଗାନ କରିଥିଲେ। ଶେଷରେ ସଭା ଭଙ୍ଗ ହେଲା। ପରବର୍ତ୍ତୀ ସମୟରେ ଖାଇ ସାରି ନିଜ ନିଜ ବିଦ୍ୟାଳୟକୁ ଗ୍ରସ୍ତ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
