ରାୟଗଡ ଜ଼ିଲ୍ଲା ନୋଡାଲ ଅଧିକାରୀ ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବ ରାୟଗଡ ଜ଼ିଲ୍ଲା ଗସ୍ତ କରି ଫେରିଲେ ରାୟଗଡ(ଅମୁଲ୍ୟ ନିଶଙ୍କ )ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ରାୟଗଡ଼ା କଲା ନୋଡାଲ ତିରୁମାଲା ନାୟକ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତ କରି ଶନିବାର ଫେରିଯାଇଛନ୍ତି । ଶୁକ୍ରବାର ବଳମ୍ବିତ ସ୍ଥିତ ରାତିରେ ସେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ନିର୍ମାଣାଧୀନ କୋଠା କାର୍ଯ୍ୟ ଅନୁଧ୍ୟାନ କରିବା ସହ ଉପଖଣ୍ଡ ସାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ । ପ୍ରସୂତି ବିଭାଗ ପରିଦର୍ଶନ ସମୟରେ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ ହେଉଛି କି ନାହିଁ ମହିଳାଙ୍କୁ ପଚାରି ବୁଝିଥିଲେ। ଶନିବାର ଦ୍ଵିତୀୟ ଦିନରେ ଗୁଣପୁର ବ୍ଲକ ଗ୍ରସ୍ତ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର କରି କେନ୍ଦ୍ର ଓ ଚିତ୍ରକଳା ଲାଞ୍ଜିଆ ସୌରା ଜନଜାତି ତିଙ୍କ ତାଲିମ କେନ୍ଦ୍ର ପରିଦର୍ଶନ ନ କରି ଭିତ୍ତଭୂମିର ଅନୁଧ୍ୟାନ କରିବା ସହ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ।ପୁଟାସିଂ ପଞ୍ଚାୟତର ରେଞ୍ଜିଙ୍ଗତାଳରେଥିବ ଥିବା ଜନଜାତି ପାରମ୍ପରିକ ଇତିତାଳ ଚିତ୍ରକଳା ପ୍ରଶିକ୍ଷଣ କେନ୍ଦ୍ର ଓ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଜନଜାତି ଲୋକଙ୍କ ଜୀବନଯାପନ ଓ ସମସ୍ୟା ଓ ଛାତ୍ରୀଛାତ୍ରଙ୍କୁ ଇତିତାଲ ଚିତ୍ରକଳା ସମ୍ବନ୍ଧରେ ପଚାରି ବୁଝିଥିଲେ । ସଚିବ ପୁଟାସିଂ ପିଏମଶ୍ରୀ ଉଚ୍ଚବାଳିକା ବିଦ୍ୟାଳୟ ଗ୍ରନ୍ଥ କରି ହଷ୍ଟେଲର ରହୁଥିବା ଅନ୍ତେବାସୀଙ୍କୁ ଖାଦ୍ୟର ମାନ ସମ୍ପର୍କରେ ପଚାରି ବୁଝିବା ସହ ବିଭିନ୍ନ ଶ୍ରେଣୀ ପରିଦର୍ଶନ କରି ଥିଲେ । ଶେଷରେ ସଚିବ କୁଲସିଂ ପଂଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ରେ ପଞ୍ଚାୟତରେ ଅନ୍ତେର୍ଦୟ ଯୋଜନାରେ କେତେ ହିତାଧୁକାରୀ ରହିଛନ୍ତି | ଚଳିତ ବର୍ଷ କେତେ ହିତାଧୁକାରୀଙ୍କ ନାମ କଟି ଯେ ଯୋଗାଣ ସହାୟକଙ୍କୁ ତଥ୍ୟ ମାଗିଥିଲେ ।ପରେ ସେ ରାମନାଗୁଡା ବ୍ଲକ ଗସ୍ତ କରି କୁଜେନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅଫିସରେ ପହଞ୍ଚି ସେଠାର ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ପରେ ସେଠାରେ ଥୁବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ଏସ୍ଚଜି ଦ୍ବାରା ଗୋଲାପ ଫୁଲ ଚାଷ ପରିଦର୍ଶନ କରିଥିଲେ । ରାମନାଗୁଡାରେ ସୁଭଦ୍ରା ମିଶନ ଶକ୍ତି କାଫେ ପରିଦର୍ଶନ କରିବାସମୟରେ ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କୁ ସବୁ ପଚାରି ବୁଝିଥିଲେ ବୁଝିଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ରାୟଗଡ଼ା ଅତିରିକ୍ତ ଜିଲା ଜିଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଛୁ, କଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଆଦିବାସୀ ସ୍ଥାର ପ୍ରକଳ୍ପ ପ୍ରଶାସକ ସଂସ୍ଥାର ସକ ଅଜୟ କୁମାର ପ୍ରଧାନ, ଉପ ଜିଲାପାଳ ବୁଧାଇ ଅଭିଷେକ ଦିଲିପ, ଗୁଣପୁର ବିଡିଓ ସ୍ବସ୍ତିକ ଜମାଦାର, ରାମନାଗୁଡା ବିଡିଓ ପ୍ରଦ୍ୟୁମ୍ନ -ମଣ୍ଡଳ, ଗୁଣପୁର ବିଇଓ ହେମା ନନ୍ଦ ବରିହା, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ରାୟଗଡ ଜ଼ିଲ୍ଲା ନୋଡାଲ ଅଧିକାରୀ ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବ ରାୟଗଡ ଜ଼ିଲ୍ଲା ଗସ୍ତ କରି ଫେରିଲେ
