*କବିତା କାଲି ଓ* *ଆଜିର ଲୋକାର୍ପଣ ।
ଗଜପତି,୧୪.୪(ମନୋଜ ପାଢ଼ୀ):- ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ କବି ବିଚିତ୍ରାନନ୍ଦ ବେବର୍ତ୍ତୀଙ୍କ ଅଷ୍ଟମ ସାରସ୍ଵତ ଅର୍ଘ୍ୟ କବିତା କାଲି ଓ ଆଜିର ଉନ୍ନୋଚ଼ନ ହୋଇସାରିଛି । ସିଦ୍ଧାନ୍ତର ପ୍ରତିଷ୍ଠାତା ସଂପାଦକ ଉପାନ୍ତ ପ୍ରହରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକାର୍ପଣ ମହୋବତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ଗଜପତି ଫାଲ୍ଗୁନୀ ମାଝି, ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଶିକ୍ଷl ଅଧିକାରୀ, ଡ. ମାୟାଧର ସାହୁ, ସ୍ୱତନ୍ତ୍ର ଅତିଥି ଭାବେ, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ ରାଇକା, ସମୀକ୍ଷକ ଭାବେ ଉପ ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ବିକାଶ ବିଭାଗ,ଗଜପତି ଡାଃ ବିଧିତ ଶେଖର ମିଶ୍ର ଯୋଗ ଦେଇ ଆଧୁନିକ କବିତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ସାହିତ୍ୟ ସମାଜର ମୁକୁର ଏହା ନିଶ୍ଚିତ କିନ୍ତୁ କବିତା ତା’ର ସତୀର୍ଥ ହିତାକାଂକ୍ଷୀ ବନ୍ଧୁ ଯିଏକି ସମାଜର ସାମ୍ପ୍ରତିକ ଘଟଣା ଦୁର୍ଘଟଣା ହସଖୁସିକୁ ଅଳ୍ପ ଶବ୍ଦ ସୀମିତ ଧାଡ଼ିରେ ସଜାଡ଼ିପାରେ, ତେଣୁ ସ୍ଵାଧୀନୋତ୍ତର ଭାରତରେ କବିତାର ଅସ୍ତିତ୍ୱ ସର୍ବତ୍ର ସବୁଭାଷାରେ ଆଦୃତି ଲାଭ କରିଛି ବୋଲି କହିଥିଲେ । ମଞ୍ଚ ଆହ୍ୱାନ ଅନୁଶ୍ରୀ ପଟ୍ଟନାୟକ, ପରିଚ଼ୟ ପ୍ରଦାନ ସ୍ନେହା ବେହେରା, ସଂଯୋଜନା କବି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଏବଂ ଧନ୍ୟବାଦ ଅପିଣ ତନୁଜା ଶତପଥୀ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମୁରଲୀଧର ପରିଛା, ତ୍ରିପତି ପ୍ରସାଦ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ, ବିଷ୍ଣୁପଣ୍ଡା, ଶୁଭଶ୍ରୀ ଭୁକ୍ତା, ଗାୟତ୍ରୀ ପଟ୍ଟନାୟକ, ମନୀଷା ପାତ୍ର, ସାଇସୁଧା ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, ଡ. ନରସିଂହ ଗୌଡ଼, ପ୍ରଭୃତି ପରିଚାଳନା କରିଥିଲେ ।
