ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ଓ ଅଞ୍ଚଳରେ ସଂକ୍ରାନ୍ତି ମେରୁ ଯାତ୍ରା ଉଦଯାପିତ ବରଡାବିଲି
ଗଞ୍ଜାମ ଜିଲ୍ଲା: ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ମାଁ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଓ ପଣା ସଂକ୍ରାନ୍ତି ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପବିତ୍ର ଚୈତ୍ରମାସରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନିଜେ ନିଜର ପରମ୍ପରାକୁ ପାଥେୟ କରି ଦିର୍ଘ ୨୧ ଦିନ ଧରି ମହାସମାରୋହରେ ମାଁ ଦଣ୍ଡକାଳୀ ଗାଁ କୁ ଗାଁ ଧରି ପରିଭ୍ରମଣ କରିଥିଲେ । ଆସ୍ଥା ଓ ବିଶ୍ୱାସର ଏହି ପରମ୍ପରାକୁ ନେଇ ହଜାର ହଜାର ଶ୍ରଦ୍ଧାଳୁ ଏହି ସଂକ୍ରାନ୍ତି ମେରୁ ଯାତ୍ରାରେ ସାମିଲ ହୋଇଥାନ୍ତି । ଘଣ୍ଟ ଘଣ୍ଟା ଢୋଲ ବାଜାରେ ମାଁକାଳୀଙ୍କ ଆସ୍ଥାନ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ମାନସିକ ଧାରି ଦଣ୍ଡୁଆମାନେ ଯଥା ରିତିନିତୀ ଅନୁସାରେ ଧୂଳିଦଣ୍ଡ , ପାଣି ଦଣ୍ଡ , ଗ୍ରାମ ପରିକ୍ରମା କରିବା ସହ ପୂର୍ଣ୍ଣଆହୁତିରେ ମାଁକାଳୀଙ୍କ ମନ୍ଦିର ପରିକ୍ରମା କରିଥିଲେ ।ଶେଷରେ ବେଲ କାଠରେ ନିର୍ମାଣ ହୋଇଥିବା ଦୁଇ ଖୁଣ୍ଟିରେ ମୁଖ୍ୟପାଟ ଦଣ୍ଡୁଆଙ୍କୁ ଦହିରେ ସ୍ନାନ କରାଇ ଗୋଡ଼ ଉପରକୁ ବାନ୍ଧି ମୁଣ୍ଡ ତଳକୁ କରି ମେରୁଅଗ୍ନି କୁଣ୍ଡରେ ଝୁଲି ମାଁକାଳୀଙ୍କୁ ସମର୍ପଣରେ ଜଗତର କଲ୍ୟାଣ କରିଥାନ୍ତି । ଏହି ଲୋକପ୍ରିୟ ଗଣଉତ୍ସବକୁ ନେଇ ବରଡାବିଲି ଓ ବରଡାବିଲି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ମୈତ୍ରୀର ସଞ୍ଚାର ହୋଇଥିଲା ।ଯାହାକୁ ନେଇ ଦଣ୍ଡଯାତ୍ରାର କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ ଦଣ୍ଡଯାତ୍ରାର ସମସ୍ତ କମିଟିବୃନ୍ଦ । ଏହି ୨୧ ଦିନ ଧରି ଦଣ୍ଡ ଯାତ୍ରା କୁ ପରିଚାଳନାରେ ଗ୍ରାମବାସୀ ବୃନ୍ଦ ସମେତ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ବରଡାବିଲି ଅନ୍ତର୍ଗତ ବରଡାବିଲି ଓ ବରଡାବିଲି ଅଞ୍ଚଳର ବରଡାବିଲି ,, ଗ୍ରାମରେ ସଂକ୍ରାନ୍ତି ମେରୁ ପର୍ବ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଥିବାବେଳେ ମାନସିକ ଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଭକ୍ତିପୂତ ଭାବେ ହଜାର ହଜାର ଶ୍ରଦ୍ଧାଳୁ ଗହଣରେ ମାଁକାଳୀଙ୍କ ପୂଜାର୍ଚ୍ଚନା କରିଛନ୍ତି ।
ଏହି ସବୁ ଗ୍ରାମରେ ସଂନ୍ଧ୍ୟା ୫ ସୁଧା ଅନୁଷ୍ଠିତ ସଂକ୍ରାନ୍ତି ମେରୁ ଅତି ଶାନ୍ତିପୂର୍ଣ୍ଣ ଭାବେ ପୁଲିସର ସହଯୋଗରେ ହୋଇଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
