ସ୍ବର୍ଗତ ବୁଜୁବାବୁଙ୍କ 29 ତମ ତିରୋଧାନ ଦିବସ ରାୟଗଡ ବିଜେଡି ପକ୍ଷରୁ ପାଳିତ

ସ୍ବର୍ଗତ ବୁଜୁବାବୁଙ୍କ 29 ତମ ତିରୋଧାନ ଦିବସ ରାୟଗଡ ବିଜେଡି ପକ୍ଷରୁ ପାଳିତ

ସ୍ବର୍ଗତ ବୁଜୁବାବୁଙ୍କ 29 ତମ ତିରୋଧାନ ଦିବସ ରାୟଗଡ ବିଜେଡି ପକ୍ଷରୁ ପାଳିତ

ରାୟଗଡ (info media) ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦେଶର ବରପୁତ୍ର ଓ ସ୍ୱାଧୀନୋତ୍ତର ଓଡ଼ିଶାର ବିକାଶର ଅନନ୍ୟ ବିନ୍ଧାଣି ତଥା ଇଣ୍ଡୋନେସିଆ ର ବରପୁତ୍ର ବିଜୁ ପଟନାୟିକ ଙ୍କ ୨୯ତମ ତିରୋଧାନ ଦିବସ ରାୟଗଡ ବିଜୁ ଜନତା ଦଳ ପକ୍ଷରୁ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ର କେ.ସିଂପୁର ଠାରେ ପାଳିତ ହୋଇଯାଇଛି lଏହି ଅବସରରେ ବିଜେଡିର ଜିଲ୍ଲା ଓ ବ୍ଲକ୍ ସ୍ତରର ଗଣ୍ୟମାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଗମ୍ଭୀର ଓ ଗୌରବମୟ ଭାବେ ଅନୁଷ୍ଠିତ ହୋଇଥିଲା। ବିଜୁ ବାବୁଙ୍କ ଆଦର୍ଶ, ସାହସ ଓ ଉନ୍ନତିର ଦୃଷ୍ଟିକୋଣ ଆମକୁ ସଦା ପ୍ରେରଣା ଦେଇଆସୁଛି ବୋଲି ଆଜିର କାର୍ଯ୍ୟକ୍ରମ ରେ ଉପସ୍ଥିତ ବ୍ୟକ୍ତି ମନେ ମତ ରଖିଥିଲେ l ବିଜୁ ବାବୁ ଦେଖାଇଦେଇଥିବା ଆଦର୍ଶ ପଥରେ ଆଗେଇ ଯିବାକୁ ଆମେ ସଂକଳ୍ପବଦ୍ଧବୋଲି ଆଜିରକାର୍ଯ୍ୟକ୍ରମ ର ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରାୟଗଡ ଜ଼ିଲ୍ଲା ବିଜେଡି ର ଚାଣକ୍ୟ ଓ ସୂତ୍ରଧାର ସୁଧୀର ଦାସ, ଶ୍ରୀମତି ଅନୁସୟା ମାଝି ବିଧାୟକ ପ୍ରାର୍ଥୀନୀ କୁମାରୀ ସରସ୍ୱତୀ ମାଝି ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଶ୍ରୀ ଯୁକ୍ତ ପି . ଗୌରୀ ଶଙ୍କର ରାଓ,ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି,ଶ୍ରୀ ଯୁକ୍ତ ବ୍ରଜସୁନ୍ଦର ନାୟକ ବାର ଆସୋସିଏସନ୍ ସଭାପତି, ଶ୍ରୀ ଯୁକ୍ତ ଇପିଲି ଧବଳେଶ୍ୱର ନାଇଡୁ ଜିଲ୍ଲା ପରିଷଦ ସଦସ୍ୟ, କୋଲନରା ତଥା ଜ଼ିଲ୍ଲା ବିଜେଡି ଉପସଭାପତି , ଶ୍ରୀମତି ଅମୃତା କାଡ୍ରାକା ବ୍ଲକ୍ ଅଧକ୍ଷା କେସିଙ୍ଗପୁର.ଶ୍ରୀ ଡମ୍ବରୁ କାଞ୍ଜକା ଭାଇସ୍ ଚେୟାରମ୍ୟାନ, ଶ୍ରୀ ଧୀରେନ୍ଦ୍ର ପାନିଗ୍ରାହୀ(ଧିରୁଭାଇ ) ଜ଼ିଲ୍ଲା ଯୁବ ବିଜେଡି ସଭାପତି, ଶ୍ରୀ ଉଦୟ ହିମରିକା ଜ଼ିଲ୍ଲା ଛାତ୍ର ସଭାପତି, ଶ୍ରୀ ଦେବାଶିଷ କାଡାଙ୍ଗା, ଶ୍ରୀମତି ଦେବୀ ପଟ୍ଟନାୟକ ଭାଇସ୍ ଚେୟାରପର୍ସନ, ବିଷମକଟକ, ଶ୍ରୀ ରତ୍ନଲାଲ ଜୈନ ବରିଷ୍ଠ ନେତା, ମୁନିଗୁଡା, ଶ୍ରୀ ସୁନ୍ଦର ରାଓ ବାଘ ବିଜେଡି ବ୍ଲକ୍ ସଭାପତି କେସିଙ୍ଗପୁର , ଶ୍ରୀ ଟିଟୁ ପାଢ଼ୀ, ବିଷମକଟକ ଉଁ ବିଜେଡି ନେଟ୍ସ ଶ୍ରୀ ଶିବା ଡେସିଟି , ଶ୍ରୀ ରାଜୀବ ନାୟକ ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ। ମହାନ ନେତା ବିଜୁ ବାବୁଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେଡି ପକ୍ଷରୁ କୌଣସି ସୂଚନା ଗଣମାଧ୍ୟମ କୁ ଦିଆଯାଇନଥିବା ରୁ କେତେକ ଗଣମାଧ୍ୟମ ପ୍ରତିନଧି ଙ୍କ ମନ ରେ ଆସନ୍ତୁଷ୍ଟ ଥିବା ର ଦେଖିବାକୁ ମିଳିଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ