ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁନି ଏସି; ବିଧାୟକ କ୍ଷୁବ୍ଧ ।
ଗଜପତି,୧୩.୪(ମନୋଜ ପାଢ଼ୀ)- : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ ମୁଖ୍ୟ ଚିକିତ୍ସାଳୟରେ ଲାଗିଥିବା ଥିବା ଏସି ଗୁଡିକ ଗ୍ରୀଷ୍ମରେ କାମ ଦେଉନି । ଦିନକୁ ଦିନ ସହରରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଦିନ ରାତି ରୋଗୀ ଗରମରେ ସିଝୁଥିବା ବେଳେ ଅନୁଧ୍ୟାନ ପାଇଁ ବିଧାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ରାତିରେ ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରିଥିଲେ। ମୁଖ୍ୟ ଚିକିତ୍ସାଳୟର ଜରୁରିକାଳୀନ ଚିକିତ୍ସା କକ୍ଷକୁ ଯାଇ କାର୍ଯ୍ୟରତ ଡାକ୍ତର ଓ ପରିଚାଳିକାଙ୍କ ସହ ଆଲୋଚନା କରିଥିଲେ I ଏହାପରେ ଏସି ଗୁଡ଼ିକ ଚାଲୁ ରହିଛି କି ନାହିଁ ତାହାର ତଦାରଖ କରିଥିଲେ I ରୋଗୀଙ୍କ ରହଣୀ ଲାଗି ଥିବା କକ୍ଷ ଗୁଡିକୁ ବୁଲି ଦେଖୁଥିଲେ I ସେଥ୍ରେ ଏସି ଗୁଡ଼ିକ ଲଗାଯାଇଥିଲେ ମଧ୍ଯ କାର୍ଯ୍ୟକ୍ଷମ ହେଉନଥିବା ଦେଖ୍ କ୍ଷୁବ୍ଧ ହୋଇଥିଲେ | ଏହାପରେ ରୋଗୀଙ୍କ ସହ ଆଲୋଚନା କରିବା ପରେ ଏସି ରକ୍ଷଣାବେକ୍ଷଣ କରୁଥିବା ପୂର୍ବବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀଙ୍କୁ ଫୋନ୍ ଦ୍ବାରା ତକ୍ରାଳ ସଜାଡ଼ିବାକୁ କହିଥିଲେ I ପ୍ରତି ଉତ୍ତରରେ ଶ୍ରୀ ସେଠୀ ତୁରନ୍ତ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି କହିଥିଲେ | ବିଧାୟକଙ୍କ ଏହି ଗସ୍ତ ସମୟରେ ଗୋଷାଣି ବ୍ଲକର ଜିଲ୍ଲାପରିଷଦ ସଦସ୍ୟ ଏସ୍.ବାଲାରାଜୁ ଉପସ୍ଥିତ ଥିଲେ।
