ବଂଶଧାରା ସୁରକ୍ଷା ମଞ୍ଚ ସଦସ୍ୟଙ୍କ ସହ ଆଲୋଚନା ।
ଗଜପତି,୧୩.୪(ମନୋଜ ପାଢ଼ୀ)-: ପାରଳାବିଧାୟକ ଇଂ.ରୂପେଶ ପାଣିଗ୍ରାହୀ କାଶୀନଗର ବ୍ଲକ ସାରା ଗ୍ରାମ ବଂଶାଧାରା ନଦୀ ନିକଟରେ ପହଞ୍ଚି ବଂଶଧାରା ସୁରକ୍ଷା ମଞ୍ଚ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କ ମଧ୍ୟରେ ଅଧିକାଂଶ ଚାଷୀ ହୋଇଥିବାରୁ ସେମାନଙ୍କୁ ବିସ୍ଥାପିତ ହେବା ଭୟ ଘାରିଛି। ତେଣୁ ଜମି ଛାଡ଼ିବା ପାଇଁ ଆଦୌ ସହମତି ନଥିବା ବେଳେ ପୂର୍ବ ଭଳି ଲଢ଼େଇ ଜାରି ରହିବ ବୋଲି କହିଥିଲେ। ଉପରମୁଣ୍ଡରେ ଆନିକଟ ପ୍ରକଳ୍ପ ନିର୍ମାଣ ସପକ୍ଷରେ ଦାବି ରଖିଥିଲେ |
