ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୨ଦିନିଆ ଜିଲ୍ଲା ଅଭ୍ୟାସ ବର୍ଗ ଅନୁଷ୍ଠିତ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୨ଦିନିଆ ଜିଲ୍ଲା ଅଭ୍ୟାସ ବର୍ଗ ଅନୁଷ୍ଠିତ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୨ଦିନିଆ ଜିଲ୍ଲା ଅଭ୍ୟାସ ବର୍ଗ ଅନୁଷ୍ଠିତ ।

ଗଜପତି,୭.୪(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାରେ ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ଦୁଇ ଦିନିଆ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଶିବିରକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଭାପତି ଅଧ୍ୟାପକ ଡଃ. ଦେବେଶ ଶଙ୍କର ହୋତା ଓ ସଙ୍ଗଠନ ସମ୍ପାଦକ ବୁଦ୍ଧଦେବ ବାଗ୍ ଉଦ୍‌ଘାଟନ କରିଥିଲେ ।ଦୁଇଦିନିଆ ଶିବିରରେ ମୋଟ ୬ଟି ସତ୍ର ହୋଇଥିଲା । ସେଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ,ଉଦ୍ଧେଶ୍ୟ ସମେତ ବିଦ୍ୟାର୍ଥୀ ମାନଙ୍କ ସମାଜ ଓ ରାଷ୍ଟ୍ର ପ୍ରତି ଥିବା ଭୂମିକା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଗଜପତି ଜିଲ୍ଲାର ମୋହନା, ଆର.ଉଦୟଗିରି, ରାମଗିରି, ରାୟଗଡ, ଗୋଷାଣି, କାଶିନଗର, ଗୁମ୍ମା ଓ ପାରଳାଖେମୁଣ୍ଡିରେ ଥିବା ବିଭିନ୍ନ ମହାବିଦ୍ୟାଳୟର ୧୫୦ରୁ ଉର୍ଦ୍ଦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଏହି ଶିବିରରେ ସତ୍ର ଗୁଡିକରେ ଗଜପତି ଜିଲ୍ଲା ସଂଯୋଜକ ପ୍ରକାଶ ରଇତ, ଜିଲ୍ଲା ସଙ୍ଗଠନ ସମ୍ପାଦକ ସଞ୍ଜୟ ମଲ୍ଲିକ, କନ୍ଧମାଳ ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ସେଠୀ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ ସୀତାରାମ ପ୍ରଧାନ, ସମୀର କୁମାର ପାଣିଗ୍ରାହୀ, ମୁଖଲିଙ୍ଗ ପିଡିକାକା, ଦୀପା ବଳିଆର ସିଂ, ଶିବାନୀ ଚୌଧୁରୀ ଓ ତପସ୍ୱିନୀ ଗମାଙ୍ଗଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।