ସଂକ୍ରିଡା ମାଁ ବିନ୍ଧ୍ୟବାସିନୀ ପିଠ ପାଦଦେଶରେ ଓ ଗୁର୍ଖାପାଲି ଗ୍ରାମ ଠାରେ ପାନୀୟ ଜଳପ୍ରକଳ୍ପ ଉଦଘାଟିତ ହୋଇଯାଇଛି।

ସଂକ୍ରିଡା ମାଁ ବିନ୍ଧ୍ୟବାସିନୀ ପିଠ ପାଦଦେଶରେ ଓ ଗୁର୍ଖାପାଲି ଗ୍ରାମ ଠାରେ ପାନୀୟ ଜଳପ୍ରକଳ୍ପ ଉଦଘାଟିତ ହୋଇଯାଇଛି।

ସଂକ୍ରିଡା ମାଁ ବିନ୍ଧ୍ୟବାସିନୀ ପିଠ ପାଦଦେଶରେ ଓ ଗୁର୍ଖାପାଲି ଗ୍ରାମ ଠାରେ ପାନୀୟ ଜଳପ୍ରକଳ୍ପ ଉଦଘାଟିତ ହୋଇଯାଇଛି।

ବରଗଡ ୨୯,୩ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲି ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି ଓ ପାନୀୟଜଳର ସମସ୍ୟା ଦୂରକରି ପାଇଁ ଜନସାଧାରଣକଂ ସୁବିଧା ନିମନ୍ତେ ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ମାଁ ବିନ୍ଧ୍ୟବାସିନୀ ପିଠ ର ପାଦଦେଶରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ଓ ଅତାବିରା ବ୍ଲକ ଗୁରଖାପାଲି ଗ୍ରାମ ଠାରେ ଥଣ୍ଡା ପାନୀୟଜଳ ପ୍ରକଲ୍ପ ଉଦଘାଟିତ ହୋଇଯାଇଛି। ଏଥିରେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅକ୍ଷୟ ପଧାନ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସେକେଣ୍ଡ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ୍ସ ଚରନଜିତ କୌର, ସମ୍ମାନିତ ଅତିଥି ଭାବେ ଲାୟନ୍ସ କୁଶମିତ ହୁରା ଓ ଲାୟନ୍ସ ମନୋଜ ଶର୍ମା ଯୋଗ ଦେଇ ପାନୀୟଜଳର ପ୍ରକଲ୍ପ ଜନସାଧାରଣ ଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। ଏହି ସମୟରେ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ର ଲାୟନ୍ସ ଶୁଶିଲ ଗୁପ୍ତା, ସନ୍ତୋଷ ପ୍ରଧାନ, କୁଶ ପ୍ରଧାନ,ହରେକୃଷ୍ଣ ପ୍ରଧାନ, ଶିଶିର କୁମାର ଭୋଇ, ଓମ୍ ବାଗ, ସୁନୀଲ ସିଂ, ମୋତିଆଲା ଭେଂକଟ, ସୁର୍ଯ୍ୟ ପଣ୍ଡା ଓ ଗୁଣ୍ଡା ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଲାୟନ୍ସ ଶଂକରଲାଲ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।