ଟିକାବାଲି କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟିକାବାଲି କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟିକାବାଲି କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟ ରେ ସତତିରିଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା ପରିଷଦର ସଭାପତି ଶ୍ରୀମତୀ ପ୍ରଣୀତା ଦାଶ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ କନ୍ଧମାଳ ର ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଉଚ୍ଚଶିକ୍ଷା ବିଭାଗରୁ ଆସିଥିବା ପଞ୍ଚସ୍ତରୀ ଲକ୍ଷ୍ୟ ର ନୂତନ କୋଠାଗୃହ କୁ ଉଦଘାଟନ କରିବା ସହିତ ପିଲାମାନେ କିପରି ନିଜ ଲକ୍ଷ୍ୟ ସ୍ଥଳରେ ପହଂଚି କନ୍ଧମାଳ ର ସୁନାମ ଆଣିପାରିବେ ପରାମର୍ଶ ଦେଇଥିଲେ ଉପଜିଲ୍ଲାପାଳ ସେ ନିଜେ କିପରି ବାରମ୍ବାର ସିଭିଲ ସର୍ଭିସ ପରୀକ୍ଷା ରେ ଅସଫଳ ହେଲେ ପରବର୍ତ୍ତୀ ସମୟରେ କିପରି ସଫଳ ହେଲେ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡିଶା ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟନିର୍ଭହୀ ଅଧିକାରୀ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇ ଯୁବସମାଜ ନିଶା ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ବରିଷ୍ଟ ସାମ୍ବାଦିକ ତଥା ଅର୍ଗସ ନିୟୁଜ ର ସମ୍ପାଦକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ କହିଲେ ଜୀବନରେ ଅନେକ ଭଲକାମ କଲେବି ସମାଲୋଚନା ର ସରବ୍ୟ ହେଵାକୁପଡେ,ଯେମିତି ପ୍ରଭୁ ଯୀଶୁଖ୍ରୀଷ୍ଟ,, ସକ୍ରେଟିସ, ମହାତ୍ମା ଗାନ୍ଧୀ ଙ୍କ ଉଦାହରଣ ଦେଇଥିଲେ l

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ରାମବିଶ ଦିଗାଲ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ପ୍ରାକ୍ତନ ଅଧ୍ୟକ୍ଷ ଶଶୀଭୁଷଣ ଭୋଇ, ଡାକ୍ତର ଚନ୍ଦନ ଗନ୍ତାୟତ ଅତିଥିଭାବେ ଯୋଗଦେଇ ଥିଲେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଅତିଥି ପରିଚୟ ଦେଇଥିଲେ l ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ରତନ କୁମାର ଦିଗାଲ ମଞ୍ଚ ପରିଚାଳନା କରିଥିଲେ l ସାଂସ୍କୃତିକ ବିଭାଗର ଅଧ୍ୟାପିକା ସଂଘମିତ୍ରା ଦାସ, ନିବେଦିତା ଭୋଇ, ଚମ୍ପା ସୋରେନ, ଶିବାନୀ କହଁର, ସ୍ମିତାରାଣୀ ସାହୁ, ଅଧ୍ୟାପକ ଅଭୟ ପ୍ରଧାନ ସହଯୋଗ କରିଥିଲେ l ଅଧ୍ୟାପକ ଅଜୟ ଗଣ୍ଡ ଙ୍କ ରଚିତ ଓ ନିର୍ଦ୍ଧେଶିତ ନାଟକ ଏଇତ ଜୀବନ ମଞ୍ଚସ୍ଥ ହୋଇଥିଲା l ସଂଗୀତ ସାଧନା ମେଲୋଡି ଓ ଛାତ୍ର ଛାତ୍ରୀଙ୍କ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା l