ରେଡକ୍ରସ କର୍ମୀଙ୍କ ୧୦୦ ଅନାଥ ଶିଶୁଙ୍କୁ କଲମ ବଣ୍ଟନ ।

ରେଡକ୍ରସ କର୍ମୀଙ୍କ ୧୦୦ ଅନାଥ ଶିଶୁଙ୍କୁ କଲମ ବଣ୍ଟନ ।

ରେଡକ୍ରସ କର୍ମୀଙ୍କ ୧୦୦ ଅନାଥ ଶିଶୁଙ୍କୁ କଲମ ବଣ୍ଟନ ।

ଆର, ଉଦୟଗିରି,୨୩.୩ (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମୁନିସପାଲିଟି ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ଜୁନିଅର ରେଡକ୍ରସ ଶାଖା ଭୁବନେଶ୍ୱର ତରଫରୁ ଅନାଥ ବାଳିକା ଶିଶୁମାନଙ୍କୁ ନେଇ ଏକ ଦିବସୀୟ ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଅନାଥ ଆଶ୍ରମରେ ରହୁଥିବା ବାଳିକା ମାନଙ୍କ ମଧ୍ୟରୁ ୧୦୦ ଜଣ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ୍. ଭାଲିଆସାହିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଜଣେ ସକ୍ରିୟ ସମ୍ବଳ ସାଧନ କର୍ମୀ ଭାବରେ ଶିକ୍ଷା ପ୍ରଦାନ କରିବା ସହିତ ଶିକ୍ଷା ଗ୍ରହଣ କରୁଥିବା ୧୦୦ ଜଣ ଅନାଥ ବାଳିକାମାନଙ୍କୁ ନିଜ ପକ୍ଷରୁ କଲମ ବଣ୍ଟନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ତତ୍ ସହିତ ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ଉପଦେଶମାନ ଦେବା ସହିତ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ମାନ ଶିଖାଇଥିଲେ। ଏହା ଦ୍ୱାରା ପିଲାମାନେ ଆନନ୍ଦ ଅନୁଭବ କରୁଥିବା ଲକ୍ଷ୍ୟ କରାଯାଇଛି।