ଏସ୍.ଏସ୍.ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଶହୀଦ ଦିବସ ପାଳିତ ।
ଗଜପତି,୨୩.୩(ମନୋଜ ପାଢ଼ୀ):- ଆଜି ଶହୀଦ ଦିବସ ଅବସରରେ ସ୍ଥାନୀୟ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜପତି ଜିଲ୍ଲା ରାୟଗଡ଼ ଠାରେ ଭାରତର ସ୍ଵାଧୀନତା ସଂଗ୍ରାମର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଯେଉଁ ମାନେ ଆଜି ର ଦିନ ରେ ଶହୀଦ ହୋଇଥିଲେ ଯଥା-ଶହୀଦ ଭଗତ୍ ସିଂ, ଶହୀଦ ରାଜଗୁରୁ, ଶହୀଦ ସୁଖଦେବ ଙ୍କ ସମେତ ବଲ୍ଲଭ ଭାଇ ପଟେଲ,ସବରକର୍, ଚନ୍ଦ୍ରଶେଖର ଆଜାଦ୍,ମଙ୍ଗଳପାଣ୍ଡେ, ଛତ୍ରପତି ମହାରାଜ ଶିବାଜୀ,ମହାରାଣା ପ୍ରତାପ , ସର୍ବପଲ୍ଲୀ ରାଧାକ୍ରିଷ୍ଣନ,ଏ.ପି.ଜେ ଅବ୍ ଦୁଲ୍ କାଲାମ୍ , ପଠାଣି ସାମନ୍ତ , ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ପ୍ରକଳ୍ପପ୍ରଶାସକ ଅଂଶୁମାନ ମହାପାତ୍ର, ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣବାସୀ ନାୟକ,ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଅନ୍ତଯ୍ୟାମୀ ଗମାଙ୍ଗ ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ମଣ୍ଡଳ ଶିକ୍ଷା ନୀରୀକ୍ଷକ ଶ୍ୟାମଘନ ଭୂୟାଁ, ଜିଲ୍ଲା ଶିକ୍ଷା ନିରୀକ୍ଷକ ରମେଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ଉପସ୍ଥିତ ରହି ଏହି ଅନାବରଣ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ସୂଚନାଯୋଗ୍ୟ ଏହି ବିଦ୍ୟାଳୟରେ ସର୍ବୋମୋଟ ୨୭ଜଣ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ବୈଜ୍ଞାନିକ, ଶିକ୍ଷାବିତ, କ୍ରୀଡ଼ାବିତ ମାନଙ୍କ ପ୍ରତିର୍ମୂର୍ତୀଏଠାରେ ସ୍ଥାପନ କରାଯାଇଛି।
