ଥୁଆପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବରଗଡ ୧,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ଵତୀ ଶିଶୁ ମନ୍ଦିର, ଥୁଆପାଲି ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ବିଜ୍ଞାନ ମେଳାରେ ମୋଟ୍ ୯୪ ଜଣ ଶିଶୁ ଭାଇ,ଭଉଣୀ ଭାଗ ନେଇଥିଲେ ।ଏହି ମେଳାରେ କୃତିତ୍ୱ ଅର୍ଜନ କରିଥିବା ଭାଇ ଭଉଣୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସୁଜିତ କୁମାର ଆଚାର୍ଯ୍ୟ ଯୋଗଦେଇ ଦିପପ୍ରଜ୍ଵଳନ ସହିତ ଶିଶୁମାନଙ୍କୁ ବିଜ୍ଞାନ ବିଷୟରେ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ତାପସ ଭୋଇ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କ୍ଷୀରେନ୍ଦ୍ର ରଣା ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ସଭାପତି ହରିଶ ଚନ୍ଦ୍ର ବାରିକ ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମ୍ଭାର ପୁରସ୍କାର ବିତରଣ କରିଥିଲେ ।ଶେଷରେ ଗୁରୁମା ମାନିନୀ ଖୁଣ୍ଟୁଲା ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।
