ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ।

ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ।

ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ।

ଗଜପତି,୧୯.୩(ମନୋଜ ପାଢ଼ୀ) :- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି।ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସଭାପତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କୁମୁଦ ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା, ଓ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥି ମାନେ ରାଷ୍ଟ୍ରୀୟ ନବବର୍ଷ ପାଳନର ଲକ୍ଷ୍ୟ ଓ ସନାତନ ଧର୍ମର ସୁରକ୍ଷା ବିଷୟରେ ନିଜର ମତାମତ ଉପସ୍ଥାପନ କରିଥିଲେ। ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶ୍ୱେତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶଶୀଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

ଏହି ଅବସରରେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସହ ସଂପାଦିକା ସ୍ନିଗ୍ଧା ମିଶ୍ର, ସୁଜାତା ନନ୍ଦ, ସ୍ୱର୍ଣ୍ଣପ୍ରଭା ପାଠୀ, ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।