ବରଗଡ଼ରେ PEOଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ
ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ଜଣେ ପଞ୍ଚାୟତ ଏକ୍ସଟେନ୍ସନ୍ ଅଫିସର (PEO)ଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ, କନ୍ଧାଗାର୍ଡ ଗ୍ରାମସ୍ଥିତ ତାଙ୍କ ବାସଭବନ ଏବଂ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଯାଞ୍ଚ ଚାଲିଛି। ସମ୍ବଲପୁର ଡିଭିଜନର ଭିଜିଲାନ୍ସ ଟିମ୍ ଏହି ଯାଞ୍ଚରେ ସାମିଲ ଥିବା ଜଣାପଡ଼ିଛି।ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗକୁ ନେଇ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଯାଞ୍ଚ ସମୟରେ ଏକ ଘର, ଗାଡ଼ି ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ସହ ନଗଦ ଟଙ୍କା ଏବଂ ବ୍ୟାଙ୍କ ସମ୍ପର୍କିତ ଦଲିଲ ଯାଞ୍ଚ କରାଯାଉଥିବା ସୂଚନା ରହିଛି।ତେବେ ଭିଜିଲାନ୍ସର ସମ୍ପୂର୍ଣ୍ଣ ଯାଞ୍ଚ ଓ ଅଧିକାରିକ ସୂଚନା ପରେ ହିଁ ସମ୍ପତ୍ତିର ପ୍ରକୃତ ପରିମାଣ ଏବଂ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ। ଅଧିକାରିକ ଯାଞ୍ଚ ରିପୋର୍ଟକୁ ଅପେକ୍ଷା।
