ଗଜପତିରେ ନୂତନ କଂଗ୍ରେସ ଜିଲ୍ଲା ସଭାପତି ପାଇଁ ଚୟନ ଚାଲିଛି ।

ଗଜପତିରେ ନୂତନ କଂଗ୍ରେସ ଜିଲ୍ଲା ସଭାପତି ପାଇଁ ଚୟନ ଚାଲିଛି ।

ଗଜପତିରେ ନୂତନ କଂଗ୍ରେସ ଜିଲ୍ଲା ସଭାପତି ପାଇଁ ଚୟନ ଚାଲିଛି ।

ଗଜପତି, ୧୯.୩(ମନୋଜ ପାଢ଼ୀ):- ସଦ୍ୟସମାପ୍ତ ରାଜ୍ୟସଭା ନିର୍ବାଚନରେ ଗଜପତି ଜିଲ୍ଲା ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗଙ୍କ ଘୋଡା ବେପାରରେ ପଡି ଦଳୀୟ ନେତୃବୃନ୍ଦଙ୍କ ଠାରୁ ଦଳରୁ ତଡା ଖାଇବା ପରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଜିଲ୍ଲା ସଭାପତି ପଦବୀ ପାଇଁ କଂଗ୍ରେସ ରାଜ୍ୟନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଏକ ସ୍ବତନ୍ତ୍ରଟିମ୍ ପହଞ୍ଚି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥାନୀୟ କଂଗ୍ରେସ କର୍ମୀ ଓ ନେତାମାଙ୍କ ଠାରୁ ନୂତନ ସଭାପତିଙ୍କ ଚୟନ ପାଇଁ ମତାମତ ନେବାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଟିମ୍ ପହଞ୍ଚି ଆଲୋଚନା କରିଥିବାର ଜଣାଯାଇଛି ।

ଜିଲ୍ଲାର କେତେକ କଂଗ୍ରେସ ନେତାଙ୍କ ନାମକୁ ଜିଲ୍ଲା ସଭାପତି ପାଇଁ ପ୍ରସ୍ତାବ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଏ ଦଳୀୟ ନେତୃତ୍ବ ନେଇପାରିବ ସେନେଇ ମତାମତ, ଆଲୋଚନା ଆରମ୍ଭ ହୋଇଯାଇଛି । ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତାମତ ନେଉଛନ୍ତି । ଆଗାମୀ ଦିନରେ ଦଳ କିଭଳି ଭାବେ ଅଧିକା ଶସକ୍ତ ହେବ ସେନେଇ ସଭାପତି ଖୋଜୁଛନ୍ତି । ଏନେଇ ଶ୍ରୀ ଗମାଙ୍ଗ କହିଛନ୍ତି ଯେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ଯାହା ଫଳରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳୀୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇ ମତାମତ ନିଆଯାଉଛି । ଏହି ମତାମତକୁ ରାଜ୍ୟ ନେତୃବୃନ୍ଦଙ୍କ ଠାରେ ଉପସ୍ଥାପନ କରାଯିବା ପରେ ଜିଲ୍ଲାର ନୂତନ କଂଗ୍ରେସ ସଭାପତିଙ୍କ ନାମ ଚୟନ କରାଯିବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଦାଶରଥିଙ୍କ ଏଭଳି କ୍ରସ ଭୋଟିଂକୁ ନେଇ ଜିଲ୍ଲା କଂଗ୍ରେସରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଜିଲ୍ଲା ତଥା ଦଳକୁ ବଦନାମ କରିଥିବା ଦାଶରଥିଙ୍କ କୁଶ ପୁତ୍ତଳିକାକୁ ଦାହ କରାଯାଇଛି । କଂଗ୍ରେସର ଦୁର୍ଗ ଭାବେ ପରିଚିତ ଗଜପତି ଜିଲ୍ଲା ରେ କଂଗ୍ରେସ ଦଳର ଯେପରି କୌଣସି କ୍ଷୟକ୍ଷତି ନ ଘଟେ ସେଥିପାଇଁ ଆଲୋଚନା କରାଯାଇଥିବାର ଜଣାପଡିଛି ।