ଜଳଭଣ୍ଡାର ରେ ବୁଡି ଦୁଇ ଛାତ୍ର ସଲିଳ ସମାଧି।

ଜଳଭଣ୍ଡାର ରେ ବୁଡି ଦୁଇ ଛାତ୍ର ସଲିଳ ସମାଧି।

ଜଳଭଣ୍ଡାର ରେ ବୁଡି ଦୁଇ ଛାତ୍ର ସଲିଳ ସମାଧି।

ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଦୁଇ ଛାତ୍ର କାହ୍ନା ପ୍ରଧାନ ଓ ଆଶୁତୋଷ ସ୍ବାଇଁ ଭଞ୍ଜନଗର ଜଳଭଣ୍ଡାର କୁ ଗାଧୋଇବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ଗଭୀର ଜଳ ମଧ୍ୟରେ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଭୀର ଜଳ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୁଚନା ମିଳିଛି। ମୃତ ଦୁଇ ଛାତ୍ରଙ୍କ ଘର ନିକଟସ୍ଥ ଲାଲ୍ ସିଂ ଗ୍ରାମରେ। ଏହି ଅଭାବନୀୟ ଘଟଣା ପରେ ଭଞ୍ଜନଗର ଡାକ୍ତରଖାନା ଓ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।