ହିନ୍ଦୁ ନବବର୍ଷ ପାଳନ ଯୁଗାବ୍ଦ:-୫୧୨୮ବିକ୍ରମ ସମ୍ବତ୍:-୨୦୮୩
ବରଗଡ – (ଭବାନୀ ଶଙ୍କର ପାଢ଼ୀ (ଅଦ୍ୟ ତା.୧୯-୦୩-୨୦୨୬ରିଖ ଗୁରୁବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ନବବର୍ଷ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି।ଏହି ଅବସରରେ ବିଦ୍ୟାଳୟର ପରିଚାଳନା ସମିତିର ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କର ଶୁଭ କାମନା କରି ହିନ୍ଦୁ ନବବର୍ଷ ପାଳନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟବକ୍ତାଭାବେ ଯୋଗ ଦେଇ ହିନ୍ଦୁ ନବବର୍ଷ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରି ହିନ୍ଦୁ ନବବର୍ଷଟି ସମଗ୍ର ବିଶ୍ୱବାସୀଙ୍କ ପାଇଁ ସୁଖ ସମୃଦ୍ଧିରେ ପୂର୍ଣ୍ଣ ହେଉ ବୋଲି ମଙ୍ଗଳ କାମନା କରିଥିଲେ।ଶ୍ରୀମାନ୍ ତାପସ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀମତୀ ମଞ୍ଜୁରୀ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।
ସମସ୍ତ ଶିଶୁ ଭାଇ ଭଉଣୀ ଗୁରୁଜୀ ଗୁରୁମା ନଗର ପରିକ୍ରମା ଓ ହିନ୍ଦୁ ନବ ବର୍ଷର ଅଭିନନ୍ଦନ ପତ୍ର ବଣ୍ଟନ କରୁଥିବା ସମୟରେ ଗ୍ରାମବାସୀ ନିଜ ନିଜ ଘର ସମ୍ମୁଖରେ କଳସ ସ୍ଥାପନ କରି ଦୀପ ପ୍ରଜ୍ବଳନ କରି ସ୍ବାଗତ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।
