ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପରେ ଗଜଲକ୍ଷ୍ମୀ ପୂଜାର କଳସ ଯାତ୍ରା ସମ୍ପନ୍ନ

ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପରେ ଗଜଲକ୍ଷ୍ମୀ ପୂଜାର କଳସ ଯାତ୍ରା ସମ୍ପନ୍ନ

ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପରେ ଗଜଲକ୍ଷ୍ମୀ ପୂଜାର କଳସ ଯାତ୍ରା ସମ୍ପନ୍ନ

ବରଗଡ ୨୭,୧୦(ଭବାନୀ ଶଙ୍କର ପାଢ଼ୀ)
ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥାସ୍ଥିତ ଆନ୍ଧ୍ର କ୍ୟାମ୍ପ ଛକଠାରେ ଶ୍ରୀରାମ ବଣିକ ସଂଘ ପକ୍ଷରୁ ଆୟୋଜିତ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ରବିବାର ଦିନ ଭକ୍ତିମୟ ପରିବେଶରେ କଳସ ଯାତ୍ରା ସମ୍ପନ୍ନ ହୋଇଯାଇଛି।ଏହି ଅବସରରେ ସକାଳ ୧୧ଟାରେ ଏକ ବିରାଟ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପାରମ୍ପରିକ ବାଦ୍ୟ, ଘଣ୍ଟ ଓ ଶଙ୍ଖ ର  ତାଳେ ତାଳେ ଶୋଭାଯାତ୍ରା ଆଗେଇ ଚାଲିଥିବା ବେଳେ ଅଞ୍ଚଳର ଦୋକାନୀ, ମହିଳା ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଏଥିରେ ସାମିଲ ହୋଇଥିଲେ। ସମଗ୍ର ଅଞ୍ଚଳ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲା।ଏହି ଧାର୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବେ ଜମିଦାର ବିଶ୍ୱାଳ ଓ ଗୌରୀ ବିଶ୍ୱାଳ ଦାୟିତ୍ୱ ତୁଲାଇଥିଲେ। ସନ୍ଧ୍ୟାରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ରାତିରେ ଶବ୍ୟାରାଣୀ ତ୍ରିପାଠୀ ଓ ତାଙ୍କ ଦଳ ପକ୍ଷରୁ ଭକ୍ତିମୟ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା।ଆସନ୍ତା ଚାରି ଦିନ ଧରି ଏହି ପୂଜା ମହୋତ୍ସବ ଚାଲିବ। ଏହି ଅବସରରେ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ନିଷ୍ଠା ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ। ଧାର୍ମିକ ଉତ୍ସବ ସହିତ ମାନବ ସେବାର ଏହି ମହତ୍ କାର୍ଯ୍ୟକ୍ରମ ରକ୍ତଦାନ ପ୍ରତି ଜନସଚେତନତା ସୃଷ୍ଟି କରିବା ସହ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ।ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀରାମ ବଣିକ ସଂଘର ସଭାପତି ଶ୍ୟାମ ସୁନ୍ଦର ସାହୁ, ସମ୍ପାଦକ ରିଙ୍କୁ ସେନ କର, କୋଷାଧ୍ୟକ୍ଷ ଭରତ ପ୍ରଧାନଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।