ନାଗିରେଡି ରବି ଙ୍କ ୟୁବ ରବିସେନା ପକ୍ଷରୁ ଚେକାଗୁଡା ଠାରେ ଉଗାଦି ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ
ରାୟଗଡ ( ସ୍ୱ ପ୍ର ) ରାୟଗଡ ସହର ଚେକାଗୁଡା ନିକଟରେ ପ୍ରଥମ ଥର ପାଇଁ ନାଗିରବି ରେଡି ଙ୍କ ୟୁବ ରବି ସେନା ପକ୍ଷରୁ ତେଲୁଗୁ ସମ୍ପ୍ରଦାୟ ଙ୍କ ନୂତନ ବର୍ଷ ଉଗାଦି ପାଳନ ହେବାକୁ ଯାଉଛି l 19ତାରିଖ ଦିନ ଶୁଭମୁହୂର୍ତ୍ତ ରେ ଉଗାଦି ଉତ୍ସବ ପଡିଆ ଠାରେ ପଞ୍ଚାଙ୍ଗ ପଠନ, ଉଗାଦି ପଚୋଡି ବଣ୍ଟନ, ଗୀତା ପାରାୟଣ ସହିତ କବି ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଉତ୍ସବ କମିଟି ର ଆୟଜକ ରବି ରେଡି କହିଛନ୍ତି l ଉଗାଦି ଦିନ 11 ଘଂଟିକା ସମୟରେ ରିଙ୍ଗ ରୋଡ ର ଡି ଆଇସି ଛକ ଠାରେ ତେଲୁଗୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ପାଇଁ ଜନସାଧାରଣ ଙ୍କୁ ପଣା ବଣ୍ଟନ କରାଯିବ l ସନ୍ଧ୍ୟା ସମୟରେ ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ରାୟଗଡ ସହର ର କ୍ଷାଟିନାମା କଳାକାର ଓ ବିଶାଖପାଟନମ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପସରିବେଷଣ କରାଯିବ ବୋଲି ରବି କହିଛନ୍ତି l ଏଥିସହିତ ଉପସ୍ଥିତ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି ଜଣାଇଛନ୍ତି l ଚେକାଗୁଡା ଠାରେ ପ୍ରଥମ ଥର ପାଇଁ ଏହି ଉଗାଦି ଉତ୍ସବ ଅନୁଷ୍ଠିତ ହେବା ଯାଉଛି ଜନସାଧାରଣ ଙ୍କୁ ଅନୁରୋଧ ବହୁ ସଂଖ୍ୟାରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା କୁ ନିବେଦନ କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
