ଟେଲିକମ କମ୍ପାନୀର ଅବହେଳାରୁ ଅକାଳରେ ମରୁଛନ୍ତି ନିରୀହ ଲୋକେ ।ଆର,ଉଦୟଗିରି (ମନୋଜ କୁମାର ପାଢୀ) – ଟେଲିକମ କମ୍ପାନୀର ଅବହେଳା ହେତୁ ଅକାଳରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି ଲୋକେ l ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ଠାରୁ କାନକଟା ଯାହାକି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସଂଲଘ୍ନ କରୁଥିବା ରାସ୍ତା ଯାହାକି ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଗାଡ଼ିମଟର ଯାତାୟତ କରୁଛନ୍ତି l ଏବଂ ଏହିରାସ୍ତା ଦେଇ ଜିଲ୍ଲାର ସୁପରିଚିତ ମାଙ୍କଡଡିଆଁ ଜଳପ୍ରପାତକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି l କିନ୍ତୁ BSNL ଭଳି ଟେଲିକମ କମ୍ପାନୀ ପକ୍ଷରୁ ରାସ୍ତା ପାର୍ଶ୍ୱରେ ବିଭିର୍ନ ସ୍ଥାନରେ ମାଟି ଖୋଳି cable ବିଛାଯାଇଛି ଏବଂ ମାଟିସବୁ ରାସ୍ତାର 40 ପ୍ରତିଶତ ଆଡକୁ ମାଡ଼ିବସିଛି lଦୀର୍ଘ ଦେଢ଼ବର୍ଷ ହେବ ତାହାକୁ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଛି l ଯାହାଫଳରେ ପ୍ରତିଦିନ ଯାତାୟତ କରୁଥିବା ଗାଡି ସବୁ ଦୁର୍ଘଟଣା ହୋଇ ଆହତ ହେବାସହ କେହି କେହି ମୃତ୍ୟୁ ବରଣ କରୁଛନ୍ତି l ଏନେଇ ଅଂଚଳବାସୀ, ବୃଦ୍ଧିଜୀବି ଓ ସ୍ଥାନୀୟ ପ୍ରତିନିଧି ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଅବଗତ କରିଥିଲେ ସୁଧା କେହି କର୍ଣ୍ଣପାତ କରୁନାହାନ୍ତି ଯାହାଫଳରେ ଅକାଳରେ ନିରୀହ ଲୋକେ ଦୁର୍ଘଟଣାରେ ପ୍ରାଣ ହାରୁଛନ୍ତି ।
Related Posts

ଛତିଶଗଡ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ
ଛତିଶଗଡ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ ମାଲକାନଗିରି: ଛତିଶଗଡର ଏକ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ ହୋଇଛି। ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ…

ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ
ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ରାୟଗଡ଼ା:(ପ୍ରଫୁଲ୍ଲ କୁମାର ବେହେରା)ତା ୨୦/0୧/୨୦୨୫ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବହାଲ ଗ୍ରାମ ପଞ୍ଚାୟତ ରେ ଆଇ ଡି ବି ଆଇ(IDBI )…

ସେପ୍ଟେମ୍ବର ୧୭ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସେପ୍ଟେମ୍ବର ୧୭ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ସେପ୍ଟେମ୍ବର ୧୭ ମୋଦିଙ୍କ ଜନ୍ମଦିନ।…