ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ନିମନ୍ତେ ପଡିଆ ପ୍ରସ୍ତୁତି ଟୋଲୀ ବୁଡ଼ ହିରୋଇନ ବୈଷ୍ଣବି ଚୈତନ୍ୟା ମୁଖ୍ୟକର୍ଷଣ

ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ନିମନ୍ତେ ପଡିଆ ପ୍ରସ୍ତୁତି ଟୋଲୀ ବୁଡ଼ ହିରୋଇନ ବୈଷ୍ଣବି ଚୈତନ୍ୟା ମୁଖ୍ୟକର୍ଷଣ

ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ନିମନ୍ତେ ପଡିଆ ପ୍ରସ୍ତୁତି ଟୋଲୀ ବୁଡ଼ ହିରୋଇନ ବୈଷ୍ଣବି ଚୈତନ୍ୟା ମୁଖ୍ୟକର୍ଷଣ

ରାୟଗଡ(Info Media) ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ କମିଟି ପକ୍ଷରୁ ଚଳିତ ମାସ 19 ଓ 20 ତାରିଖ ଦୁଇଦିନ ଧରିଅନୁଷ୍ଠିତ ହେବାକୁ ଥିବା ତେଲୁଗୁନୂତନ ବର୍ଷ ତଥା ଉଗାଦି 2026 ନିମନ୍ତେ ଗତ 01 ତାରିଖରେ ରାୟଗଡ ସହର ନିକଟସ୍ଥ 326 ଜାତୀୟ ରାଜପଥ କଡ଼ ଖାଲିଗୁଡା ନିକଟ ପଡିଆ ଠାରେ ଭୂମିପୂଜନ ଓ ଶୁଭଖୁଣ୍ଟିସ୍ଥାପିତ ସହିତ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ପରେ ଉଗାଦି ଉତ୍ସବ କମିଟି ସଭାପତି ୟାଲା କୋଣ୍ଡା ବାବୁ, କୋତାପେଟା ଉନୟନ କମିଟି ସଭାପତି ଲକ୍ଷ୍ମଣ ରାଓ ଓ ରାୟଗଡ ମିଲ ମାଲିକ ସଙ୍ଘ ସଭାପତି କାଶୀନାଇଡ଼ୁ ପ୍ରତକ୍ଷ୍ୟ ତ୍ୱାତ୍ୱବଧାନ ରେ ଉତ୍ସବ ପଡିଆ ର କାମ ୟୁଦ୍ଧକାଳିନୀ ଭିତିରେ ସମାପ୍ତି ହୋଇଛି l ଉଗାଦି ଉତ୍ସବ ନିମନ୍ତେ ପଡିଆ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ହୋଇସାରିଛି l 19 ତାରିଖ ଦିନ ଉତ୍ସବ ପଡିଆ ଠାରେ ପଞ୍ଚାଙ୍ଗ ଶ୍ରବଣ, ଉଗାଦି ପଚୋଡି ଭିତରଣ, ଗୀତା ପାରାୟଣ ଓ କବି ସମ୍ମିଳନୀ ଅନୁଷ୍ଠିତ ହେଵବୋଲି କୋଣ୍ଡା ବାବୁ କହିଛନ୍ତି ସେ ପୁଣି ଜଣାଇଛନ୍ତି ଜେ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ନିକଟରୁ ମା ଙ୍କ ଆଜ୍ଞାମାଳ ନେଇ ଏକ ବିରାଟ କଳସ ଯାତ୍ରା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସହର ପରିକ୍ରମା କରି ଉଗାଦି ପଡିଆ ଠାରେ ପହଂଚିବ l ଏହି ବର୍ଷ ର ଉଗାଦି ଉତ୍ସବ ରେ ମୁଖ୍ୟଅତିଥି ଭାବେ ମନମୋହନ ସାମଲ ରାଜ୍ୟ ସଭା ସାଂସଦ ତଥା ବିଜେପି ସଭାପତି, ସମ୍ମାନିତ ଅତିଥି ଭାବେ ସପ୍ତଗିରି ଉଲାକା ସାଂସଦ କୋରାପୁଟ, ଆପାଳସ୍ୱାମୀ କାଡ୍ରକା ବିଧାୟକ ରାୟଗଡ, କେ ଅନିଲ କୁମାର ବିଧାୟକ ବ୍ରହ୍ମପୁର, ଆଶୁତୋଷ କୁଲକର୍ଣ୍ଣି ଜ଼ିଲ୍ଲାପାଳ ରାୟଗଡ, ସ୍ଵାଥୀ ଏସ କୁମାର ଏସ ପି ରାୟଗଡ, କେ ନାରାୟଣ ରାଓ ଜ଼ିଲ୍ଲା ବିଜେପି ପ୍ରଭାରୀ ରାୟଗଡ, ସରସ୍ବତୀ ମାଝୀ ଅଧକ୍ଷା ଜ଼ିଲ୍ଲା ପରିଷଦ ରାୟଗଡ, ଛୋଟେଲାଲ ସମାଜ ସେବୀ, ଜଗନ୍ନାଥ ସାରକା ଜ଼ିଲ୍ଲା ବିଜେଡି ସଭାପତି ରାୟଗଡ ଓ ଗୋପୀ ଆନନ୍ଦ ଜ଼ିଲ୍ଲା ବିଜେପି ସଭାପତି ରାୟଗଡ ଯୋଗ ଦେବେ l ଏଥି ସହିତ ଜନସାଧାରଣ ଙ୍କ ମନୋରଞ୍ଜନ ନିମନ୍ତେ 19 ଓ 20 ତାରିଖ ଦୁଇ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ବର୍ଷ ଉଗାଦି ଉତ୍ସବ ର ମୁଖ୍ୟ ଆକର୍ଷଣ ରେ ଟୋଲୀ ବୁଡ଼ ହେରୋଇନ ବୈଷ୍ଣବି ଚୈତନ୍ୟା ଟୋଲୀ ବୁଡ଼ ପ୍ଲେ ବେକ ସିଙ୍ଗର ଲିପ୍ସିକା, ଧି ଡେନସର ତନୁଶ୍ରୀ, ଧି ବିନେର ଶହେଦ, ଆର୍ଟିଷ୍ଟ ଗୁଲୁବୟ, ପ୍ଲେ ବେକ ସିଙ୍ଗର ସ୍ୱର୍ଗ କୀର୍ଥନ ଇଣ୍ଡିଆନ ଆଇଡଲ ର ସାଇ ପବନ ଙ୍କ କଲିକତା ଓ ମୁମ୍ବାଇ ର ଡେନସର ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରାଯିବ ବୋଲି କହିଛନ୍ତି l ଉତ୍ସବ ଟି କିପରି ଶାନ୍ତି ଶୃଙ୍ଖଳା ର ସହିତ ସମ୍ପାପନ ହେବ ସେଥିପାଇଁ ଚାନ୍ଦିଲି ପୋଲିସ ଥାନାଧିକାରୀ ଉତ୍ତମ ସାହୁ ଓ ଡି ଆଇ ଵି ଡି ଏସ ପି ଙ୍କ ନେତୃତ୍ୱ ରେ ଏକ ପୋଲିସ ଦଳ ଉତ୍ସବ ପଡିଆ କୁ ଆସି ତଦାରଖ କରି ଯାଇଛନ୍ତି

l ତେଲୁଗୁ ସମ୍ପ୍ରଦାୟ ଏହି ଉଗାଦି ଉତ୍ସବ ରେ ବିଭିନ୍ନ ସଂଗଠନ ର କର୍ମକର୍ତା, ବିଭିନ୍ନ ମହିଳା ଅନୁଷ୍ଠାନ ର ସଦସ୍ୟ, ସହର ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଙ୍କ ବହୁ ଓଡ଼ିଆ ଓ ଆଦିବାସୀ ସମାଜ ର ପ୍ରାୟ 8ହଜାର ରୁ ଉର୍ଦ୍ଧ ବ୍ୟକ୍ତି ଭାଗ କଳସ ଯାତ୍ରା ରେ ଭାଗ ନେବା ର ଯୋଜନା ରହିଛି lଚଳିତ ବର୍ଷ ଏହି ଉତ୍ସବ କୁ ଏକ ଭିନ୍ନ ରୂପ ଓ ନୁଆଁ ଢଙ୍ଗ ରେ କରିବା ନିମନ୍ତେ ଜ଼ିଲ୍ଲା ର ତେଲୁଗୁ ସମ୍ପ୍ରଦାୟ ଙ୍କ ନୂତନ ବର୍ଷ ଓ ଉଗାଦି ଉତ୍ସବ 2026 ପାଳନ କରାଯିବ ବୋଲି କୋଣ୍ଡା ବାବୁ କହିଛନ୍ତି l ପୁଣି କୋଣ୍ଡା ବାବୁ କହୁଛନ୍ତି ଯେ ଚଳିତ ବର୍ଷ ଚତୁର୍ଥ ଥର ଓ ଏହି ଖାଲିଗୁଡା ଠାରେ ଲାଗତର ତୃତୀୟ ବର୍ଷ ହେଟ୍ରିକ ବର୍ଷ ଭାବେ ଉଗାଦି ଉତ୍ସବ 2026 ପାଳନ କରାଯିବ lଏହି ବର୍ଷ ର ଉଗାଦି ଉତ୍ସବ କୁ ଜ଼ିଲ୍ଲା ତଥା ଦକ୍ଷିଣ ଓଡିଶା ରେ ଏକ ନମ୍ବର ହେବ ବୋଲି କୋଣ୍ଡା ବାବୁ କହିଥିଲେ ଏଥି ସହିତ ସେ କହିଛନ୍ତି ଜେ ଜନସାଧାରଣ ଙ୍କ ନିମନ୍ତେ ଦୁଇଦିନ ଧରି ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଛି ବୋଲି l ଏହି କାର୍ଯ୍ୟକ୍ରମ କୁ ଅତି ସରସ ସୁନ୍ଦର କରିବା ଭାବେ ପାଳନ କରିବା ନିମନ୍ତେ ପି ମଣିରତ୍ନମ, କୋଣ୍ଡା ବାତୁଲୁ ଶ୍ରୀନିବାସ, ହସମୁଖ ହାକୁ ଭାଇ,କୋତାପେଟା ର ପୂର୍ବତନ ସରପଞ୍ଚ ପ୍ରସାଦ ହିକକା, ସାଇପ୍ରସାଦ,ଇପିଲି ଧବଳେଶ୍ୱର ନାଇଡ଼ୁ, ଏନ ଆଦିନାରାୟଣ, ଙ୍କ ସହିତ ଅନ୍ୟ ମାନେ ଦିନ ରାତି ଏକ ହୋଇ କାମ ରେ ଲାଗିରହିଥିବା ରେ ଦେଖିବାକୁ ମିଳିଛି l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ