ଜୁନିଅର ରେଡକ୍ରସର ତ୍ରିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ।

ଜୁନିଅର ରେଡକ୍ରସର ତ୍ରିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ।

ଜୁନିଅର ରେଡକ୍ରସର ତ୍ରିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ।(୧୬-୧୮ ମାର୍ଚ୍ଚ ୨୦୨୬)(ସେବାରୁ ମିଳେ ଆତ୍ମସନ୍ତୋଷ )ଗଜପତି,୧୬.୩(ମନୋଜ ପାଢ଼ୀ)-: ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ଼ ଠାରେ ତ୍ରିଦିବସୀୟ ଅଣତାଲିମ ପ୍ରାପ୍ତ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼. ମାୟାଧର ସାହୁଙ୍କ କ୍ରମେ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସ ଅଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଙ୍କ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ବଡ଼ରଇତଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିରଟି ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ଯୋଗଦାନ କରି ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିବିରରେ ୬୦ ଜଣ ସକ୍ରିୟ ଯୁବ ପରାମର୍ଶଦାତା ଯୋଗଦାନ କରି ରେଡକ୍ରସର ଇତିହାସ, ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ,ଜଳବାୟୁ ପରିବର୍ତ୍ତନ ,ସାଇବର ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାଗିରଥି ପରିଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।