ଘର ତାଲା ଭାଙ୍ଗି ଲୁଟି ନେଲେ ୫.୫ ଲକ୍ଷ ଟଙ୍କା ଓ ୭ ଭରି ସୁନା ଗହଣା ।

ଘର ତାଲା ଭାଙ୍ଗି ଲୁଟି ନେଲେ ୫.୫ ଲକ୍ଷ ଟଙ୍କା ଓ ୭ ଭରି ସୁନା ଗହଣା ।

ଘର ତାଲା ଭାଙ୍ଗି ଲୁଟି ନେଲେ ୫.୫ ଲକ୍ଷ ଟଙ୍କା ଓ ୭ ଭରି ସୁନା ଗହଣା ।

ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ବଡ଼ ଧରଣର ଲୁଟ୍ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଘର ମାଲିକ ଏସ୍. ସନ୍ତୋଷିନୀ ତାଙ୍କ ସମ୍ପର୍କୀୟଙ୍କ ଦେହ ଖରାପ ଥିବାରୁ ସପରିବାର ଭୁବନେଶ୍ୱର ଯାଇଥିବା ବେଳେ ଲୁଟ୍ ହୋଇଥିବା ଜଣାପଡିଛି।ଶନିବାର ସକାଳେ ପଡ଼ୋଶୀମାନେ ଘରର ତାଲା ଭଙ୍ଗାଯାଇଥିବା ଦେଖି ପୁଲିସକୁ ଖବର ଦେଇଥିବା ବେଳେ ସନ୍ଧ୍ୟାରେ ସନ୍ତୋଷିନୀ ଘରକୁ ଫେରି ଚୋରି ସମ୍ପର୍କରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପତ୍ରରେ ଘରୁ ନଗଦ ୫ ଲକ୍ଷ ୫୦ ହଜାର ଟଙ୍କା,୭ ଭରି ସୁନା ଅଳଙ୍କାର ସମେତ ରୂପା ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ଦର୍ଶାଇଛନ୍ତି। ଏ ବାବଦରେ ଆଦର୍ଶ ଥାନାରେ କେସ୍ ନଂ- ୩୨୭/୨୦୨୬ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହ ଘଟଣାରେ ଜଡ଼ିତ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି।