ଗୁଡ଼ାରୀ ବ୍ଲକ ର ଜାମ୍ବୁ ଛକ ଠାରୁ ଡଗରପୋଡ଼ା ରାସ୍ତା ଶୋଚନୀୟ
ରାୟଗଡ(info media) ଭାରତ ସ୍ୱାଧୀନତା ର ଦୀର୍ଘ 77 ବର୍ଷ ଅତିକ୍ରମ କରିଥିଲେ ମଧ୍ୟ୍ୟ ରାୟଗଡ ଜ଼ିଲ୍ଲା ଗୁଡ଼ାରୀ ବ୍ଲକ କରଲାଘାଟି ଓ ମଧୁବନ ର ବହୁ ଗାଁ ଲୁ ବର୍ତମାନ ସୁଦ୍ଧା ପକ୍କା ରାସ୍ତା ନାହିଁ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବକୁ ମିଳିଛି ଗୁଡାରି ଓ ବିଷମକଟକ ବ୍ଲକ କୁ ଲାଗିରହିଥିବା ଜାମ୍ବୁ ଛକ ଠାରୁ ଡଗରପୋଡା ରାସ୍ତା l ବିଷମକଟକ ବ୍ଲକ ର ପୋଦାବାଈ ଛକ ଠାରୁ ଗୁଡ଼ାରୀ ରାସ୍ତା ହେଉଛି 30 କିଲୋମିଟର କିନ୍ତୁ ଜମ୍ବୁଛକ ଠାରୁ ଡଗରପୋଡା ପର୍ଯ୍ୟନ୍ତ ମାତ୍ର 4 କିଲୋମିଟର ରାସ୍ତା ଅତିଶୋଚନୀୟ ଅବସ୍ଥାରେ ରହିଛି l ଏହି ରାସ୍ତା ଟି ଖାଲଖମା ରେ ପରିପୂର୍ଣ୍ଣ l ଖରାଦିନେ ବହୁକାଷ୍ଟ ରେ ମୋଟର ସାଇକେଲ ଯାତାୟତ କରେ କିନ୍ତୁ ବର୍ଷା ଦିନ ଏହି ରାସ୍ତା ଟି ସମ୍ପୂର୍ଣ୍ଣ କାଦୁଅ ଓ ପାଣିରେ ପରିପୂର୍ଣ୍ଣ ରହିଥାଏ ଏହି ସମୟରେ ଏହି ରାସ୍ତା ଦେଇ ଯାତାୟତ କରିବା ବହୁ କଷ୍ଟକର l ଏହି ଦୁଇ ପଂଚାୟତ ର ବହୁ ଗାଁ ପଂଚାୟତ ସଦର ମୋହକୁମା ଠାରୁ ବହୁ ଦୂରରେ ଅବସ୍ଥିତ l
ଜନସାଧାରଣ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ନିମନ୍ତେ ଢ଼େପଗୁଡା ଅଥବା ଗୁଡ଼ାରୀ କୁ ଆସୁଥାନ୍ତି ଓ ବୁଢାବୁଡି ମାସିକ ଭତା ଓ ପି ଡି ଏସ ଚାଉଳ ନିମନ୍ତେ ମଧୁବନ ଓ କରଲାଘାଟି ପଂଚାୟତ କୁ ବହୁ ଅସୁବିଧା ରେ ଆସିବାର ଦେଖିବାକୁ ମିଳୁଛି l ଯେକୌଣସି ସରକାରୀ କାମ ନିମନ୍ତେ ଜନସାଧାରଣ ଗୁଡ଼ାରୀ ବ୍ଲକ ଓ ତହସିଲ ଅଫିସ କୁ ଆସିଥାନ୍ତି l ନିର୍ବାଚନ ସମୟରେ ବିଭିନ୍ନ ଦଳ ର ନେତା କର୍ମୀ ଆସି ଦିନ ରେ ଲଣ୍ଠନ ଦେଖାଇଲା ପରି ବହୁ ପ୍ରତିଶୃତି ଦେଇ ଚାଲିଯାନ୍ତି କିନ୍ତୁ ନିର୍ବାଚନ ସାରିଲେ କାହାରି ଦେଖା ମିଳେ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ବ୍ଲକ କିଂମ୍ବା ଅନ୍ୟ ବିଭଗ କର୍ମଚାରୀ ଙ୍କ ଦେଖିମିଳିବାର ବହୁ କଷ୍ଟକର ବ୍ୟାପାର ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ଜାମ୍ବୁ ଛକ ଠାରୁ ଡଗରପୋଡା ଏହି ରାସ୍ତା କୁ ଏକ ପକ୍କା ରାସ୍ତା ରେ ପରିଣତ କରି ନିର୍ମାଣ ପାଇଁ ଜ଼ିଲ୍ଲାପାଳ ଦୃଷ୍ଟି ଦେବା ନିମନ୍ତେ ଅଂଚଳ ବାସୀ ଅନୁରୋଧ କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
