ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ବଢ଼ିଲା ଚିନ୍ତାଦୁବାଇରେ ଫସିଛନ୍ତି ଗଜପତି ୫୦୦ ରୁ ଉର୍ଦ୍ଧ ଓଡ଼ିଆ ଚିନ୍ତାରେ ପରିବାରବର୍ଗ
ଗଜପତି,୩.୩(ମନୋଜ ପାଢ଼ୀ)-: ମଧ୍ୟ ପ୍ରାଚ୍ୟରେ ଏବେ ଯୁଦ୍ଧର ଭୟବହ ସ୍ଥିତି ଲୋକେ ଭୟଭୀତ ଅବସ୍ଥାରେ। ଭାରତର ବହୁ ନାଗରିକ ଘରକୁ ଫେରିବା ପାଇଁ ବ୍ୟାକୁଳ କିନ୍ତୁ, ସୁରକ୍ଷିତ ରହିବା ପାଇଁ ଆଲର୍ଟ ଜାରି ଏବଂ ବେସାମରିକ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଥିବାରୁ କିଭଳି ଓ କେମିତି ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ ସଭିଏଁ ଚିଚ୍ଛିତ ବିଶେଷକରି ଦୁବାଇରେ ଗଜପତି ଜିଲ୍ଲାର ୫ଶହରୁ ଉର୍ଦ୍ଧ୍ବ ଶ୍ରମିକ ଓ କାରିଗର ଫସି ରହିଥିବା ବେଳେ ପରିବାରବର୍ଗ ଚିନ୍ତାରେ ରହିଛନ୍ତି ।ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତାଟିପେଡି, ଜଙ୍ଗଲପାଡ଼ୁ, କଇଠଡ଼ା, ଗୁରାଣ୍ଡି, ସୀତାପୁର, କେରାଣ୍ଡି, ବୋମିକା, ଉପଲଡ଼ା , ସାତମାଇଲ ଓ କାଶୀନଗର ବ୍ଲକ ଆଦି ଗ୍ରାମର ଅନେକ ଲୋକ ଦୁବାଇରେ କାମ କରୁଛନ୍ତି। କିଛି କୁଶଳୀ ଶ୍ରମିକ ଭାବେ ଠିକା ସଂସ୍ଥା ମାଧ୍ୟମରେ କମ୍ପାନି ଗୁଡ଼ିକରେ ନିୟୋଜିତ ହୋଇଥିବା ବେଳେ ଆଉ କିଛି କମ୍ପାନିରେ ସିଧାସଳଖ ନିୟୋଜିତ ଅଛନ୍ତି । ୨୮ ତାରିଖ ମଧ୍ୟାହ୍ନରେ ଆବୁଧାବି ସମେତ ଦୁବାଇରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ତା’ପରେ, ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ଦୁବାଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଥିଲା | ଦୁଇ ଦିନ ହେଲା କିଛି ସମୟ ବ୍ୟବଧାନରେ ବାରମ୍ବାର ରକେଟ୍ ମାଡ଼ ହେଉଛି ସେଠାରେ ଥିବା କେ.ମୁରଲୀଙ୍କ କହିବା ପ୍ରକାରେ- ଦୁବାଇର ଜନବସତି ଠାରୁ ପ୍ରାୟ ୧ରୁ ୨ କିମି ଦୂରରେ ବଡ଼ ମିସାଇଲ୍ ମାଡ଼ ହେଉଛି। ରାତି ସାରା ମିସାଇଲ୍ ଏବଂ ଡ୍ରୋନ୍ ବର୍ଷା ହେଉଛି ଘର ସବୁ ଥରି ଉଠୁଛି। କମ୍ପାନି ପକ୍ଷରୁ ସୁରକ୍ଷିତ ରହିବାକୁ କୁହାଯାଇଥିବା ବେଳେ କିଛି ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତ କରାଯାଇଛି । ସଭିଏଁ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ମୁରଲୀ କହିଛନ୍ତି। ତାଟିପେଟି ବାସିନ୍ଦା ଗଙ୍ଗାଧର ପାତ୍ର କହିଛନ୍ତି – ତାଙ୍କ ସାନଭାଇ ଇ ହେମନ୍ତ ଦୀର୍ଘ ବର୍ଷ ହେଲା ଦୁବାଇରେ କାର୍ଯ୍ୟ କରୁଛନ୍ତି। ମଧ୍ୟପ୍ରାଚ୍ୟରେ ଅଶାନ୍ତ ସୃଷ୍ଟି ହେବା ପରେ ସେ ଘରକୁ ଫେରି ଆସିବାକୁ ଚାହୁଁଥିବା ହେଲେ ହଠାତ୍ ଯୁଦ୍ଧ ଆଉ ହେଇଗଲା ଦୁଇଦିନ ତଳେ ସେ କଥା ହୋଇଥିଲେ ସେ ରହୁଥିବା ଅଞ୍ଚଳରେ ଏବଂ ତାଙ୍କ କମ୍ପାନି ପରିସରରେ ନିଆଁ ପଢୁଥିବା କହିଥିଲେ। ତାଙ୍କୁ କେମିତି ଘରକୁ ଅଣାଯାଇ ପାରିବ ସେନେଇ ପରିବାରବର୍ଗ ଚିଚ୍ଛିତ ଥିବା ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଓଡ଼ିଆଙ୍କୁ ସେଠାରୁ ସୁରକ୍ଷିତ ଭାବେ ଫେରାଇବା ଆଣିବା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସମସ୍ତଙ୍କ ପରିବାରବର୍ଗ ନିବେଦନ କରିଛନ୍ତି ।
