ସମ୍ଭାବ୍ୟ ଲଘୁଚାପକୁ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି,ଜାରି ହେଲା ଜରୁରୀକାଳୀନ ଯୋଗାଯୋଗ ନମ୍ବର ।

ସମ୍ଭାବ୍ୟ ଲଘୁଚାପକୁ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି,ଜାରି ହେଲା ଜରୁରୀକାଳୀନ ଯୋଗାଯୋଗ ନମ୍ବର ।

ସମ୍ଭାବ୍ୟ ଲଘୁଚାପକୁ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି,ଜାରି ହେଲା ଜରୁରୀକାଳୀନ ଯୋଗାଯୋଗ ନମ୍ବର ।

ଗଜପତି, ୨୬.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରତିକୂଳ ପାଣିପାଗ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଜନସାଧାରଣଙ୍କୁ ଜରୁରୀକାଳୀନ ସହାୟତା ଯୋଗାଇଦେବା ନିମନ୍ତେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଯୋଗାଯୋଗ ନମ୍ବର ସହ ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ଯୋଗାଯୋଗ ନମ୍ବର ଜାରି କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ନମ୍ବର ୦୬୮୧୫-୨୨୨୯୪୩। ଏହା ସହ ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳ ପାଇଁ ନିମ୍ନଲିଖିତ ନମ୍ବର ଜାରି ହୋଇଛି।ବ୍ଲକ୍ ଓ ସହରାଞ୍ଚଳର ଜରୁରୀକାଳୀନ ଯୋଗାଯୋଗ ନମ୍ବର:ଗୋଷାଣି ବ୍ଲକ୍:- ୮୮୯୫୯ ୪୯୭୦୨,ଗୁମ୍ମା ବ୍ଲକ୍:-୯୧୨୪୯ ୬୦୭୬୭,କାଶୀନଗର ବ୍ଲକ୍:- ୭୯୭୮୫ ୦୯୬୧୨,ରାୟଗଡ଼ ବ୍ଲକ୍: ୯୦୭୮୪ ୯୫୨୫୧,ନୂଆଗଡ଼ ବ୍ଲକ୍: ୭୬୦୮୯ ୭୩୪୫୩,ମୋହନା ବ୍ଲକ୍: ୬୩୭୦୮ ୧୧୯୫୦,ଆର୍‌. ଉଦୟଗିରି ବ୍ଲକ୍:- ୬୩୭୧୩ ୫୯୯୮୭,କାଶୀନଗର ଏନ୍‌ଏସି:- ୦୬୮୧୫-୨୮୪୨୧୫,ପାରଳାଖେମୁଣ୍ଡି ପୌରପାଳିକା:- ୦୬୮୧୫-୨୨୨୦୫୨ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ଓ ସରକାରୀ ନିର୍ଦ୍ଦେଶାବଳୀ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରତିକୂଳ ପାଣିପାଗ ସମୟରେ ଅନାବଶ୍ୟକ ଯାତାୟାତରୁ ନିବୃତ୍ତ ରହିବା ସହ ଜରୁରୀ ଔଷଧ, ଟର୍ଚ୍ଚ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ସେହିପରି ଭୂସ୍ଖଳନପ୍ରବଣ ଅଞ୍ଚଳ, ବନ୍ୟାପ୍ରବଣ ସ୍ଥାନ ଓ ଅନ୍ୟ ବିପଦସଙ୍କୁଳ ଅଞ୍ଚଳକୁ ନଯିବା ସହ ବିପଦ ସମୟରେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି।ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହ ଜରୁରୀ ପରିସ୍ଥିତିରେ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରି ସହାୟତା ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।